spot_img

Latest Posts

ଆଜିଠୁ ପଦୋନ୍ନତି ଅଦାଲତ: ପଦୋନ୍ନତିରୁ ବଞ୍ଚିତ ଯୋଗ୍ୟ କର୍ମଚାରୀଙ୍କୁ ମିଳିବ ନ୍ୟାୟ

ଭୁବନେଶ୍ୱର: ଆଜି ପଦୋନ୍ନତି ଅଦାଲତର ପ୍ରଥମ ଦିନ । ପ୍ରଥମ ପର୍ଯ୍ୟାୟରେ ୩ଦିନ ବସିବ ପଦୋନ୍ନତି ଅଦାଲତ। ଜାନୁଆରୀ ୨୩ତାରିଖ ସୁଦ୍ଧା ପଦୋନ୍ନତି ଅଦାଲତ ପାଇଁ ୮ହଜାର ୯୦୯ ଆବେଦନ ପତ୍ର ଆସିଥିଲା। ସେଥିମଧ୍ୟରୁ ୨ହଜାର ୨୭୩ ଆବେଦନର ବିଚାର ପ୍ରଥମ ପର୍ଯ୍ୟାୟରେ କରାଯିବ। ଅବଶିଷ୍ଟ ଆବେଦନର ବିଚାର ଦ୍ୱିତୀୟ ପର୍ଯ୍ୟାୟରେ ଫେବ୍ରୁଆରୀ ୨୭, ୨୮ ଓ ୨୯ ତାରିଖରେ ହେବ। ଯେଉଁ ସରକାରୀ କର୍ମଚାରୀ ୨୦୧୯ ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ଯୋଗ୍ୟ ହୋଇଥିଲେ ଓ ପଦୋନ୍ନତିରୁ ବଞ୍ଚିତ ହୋଇଥିଲେ ସେମାନଙ୍କୁ ପଦୋନ୍ନତି ଦେବାକୁ ମୁଖ୍ୟମନ୍ତ୍ରୀ ପଦୋନ୍ନତି ଅଦାଲତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପଦୋନ୍ନତି ଅଦାଲତରେ ନିଜେ କର୍ମଚାରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କ ଛଡ଼ା ତାଙ୍କ ପାଇଁ ଅନ୍ୟ କେହି ପକ୍ଷ ରଖିପାରିବେ ନାହିଁ। ଏହି ଅଦାଲତରେ ବିଭିନ୍ନ ପ୍ରଶାସନିକ ବିଭାଗର ପ୍ରମୁଖ ସଚିବ, ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରିବେ ।

Latest Posts

Don't Miss