ଉଦୟପୁରରେ ଥମୁନି ହିଂସା , ଇଣ୍ଟରନେଟ୍ ସେବା ବନ୍ଦ

ରାଜସ୍ଥାନ:  ଉଦୟପୁରରେ ପୁଣି ଉତ୍ତେଜନା । ଦୁଇ ସ୍କୁଲ ଛାତ୍ରଙ୍କ ମଧ୍ୟରେ ବଚସାରୁ ଛୁରୀ ଭୁସି ଜଣେ ଛାତ୍ର ଆହତ ପରେ ଥମୁନି ହିଂସା । ଆହତ ଛାତ୍ର ଚିକିତ୍ସିତ ହେଉଥିବା ମେଡିକାଲରେ ଭିଡ଼ ଲଗାଇଛନ୍ତି ଶତାଧିକ ସଂଖ୍ୟାରେ ଲୋକ । ଲୋକମାନେ ଆହତ ଛାତ୍ରଙ୍କୁ ଦେଖିବାକୁ ଜିଦ ଧରି ବସିଛନ୍ତି । ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ୨୦ରୁ ଅଧିକ ମହିଳା ଆହତ ଛାତ୍ରଙ୍କୁ ଦେଖିବାକୁ ମେଡିକାଲ ଭିତରକୁ ପଶିବାବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ । ଦୁଇ ଗୋଷ୍ଠୀ ମଧ୍ୟ ସଂଘର୍ଷ ପରଠାରୁ ସହରରେ ଉତ୍ତେଜନା ଲାଗି ରହିଛି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ୨୪ ଘଣ୍ଟା ପର୍ଯ୍ୟନ୍ତ ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଲେକ୍ ସିଟିରେ ମଧ୍ୟ ହିଂସାକାଣ୍ଡ ତେଜିବାରୁ ଆଲର୍ଟରେ ରହିଛି ଭଜନଲାଲ ସରକାର । ଲୋକେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଜନତାଙ୍କୁ ଅପିଲ କରିଛି ପ୍ରଶାସନ । ସେପଟେ ଉଦୟପୁରରେ ଅଭିଯୁକ୍ତର ଘର ଉପରେ ଗତକାଲି ହୋଇଥିଲା ବୁଲଡୋଜର ଆକ୍ସନ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସହରରେ ସମସ୍ତ ସ୍କୁଲ ବନ୍ଦ ରହିବ । ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ଵାରୋପ କରିଛି ଜିଲ୍ଲା ପ୍ରଶାସନ।