ସାମୂହିକ ଇଦ୍ ପ୍ରାର୍ଥନା ଉପରେ କଟକଣା

1 min read
Prohibitory order for mass Prayer during Eid

ଖୋର୍ଦ୍ଧା: କରୋନା ସଂକ୍ରମଣକୁ ଦେଖି ସାମୂହିକ ‘ଇଦ୍’ ପ୍ରାର୍ଥନା ଉପରେ କଟକଣା ଲଗାଯାଇଛି । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜାରି ନିର୍ଦ୍ଦେଶନାମା ପ୍ରକାରେ କୌଣସି ଧର୍ମାନୁଷ୍ଠାନ ଭିତରେ କିମ୍ବା ବାହାରେ ଭକ୍ତଙ୍କୁ ବାରଣ କରାଯାଇଛି ।

ଆସନ୍ତାକାଲି ଇଦ୍ ପର୍ବ ଥିବାବଳେ ଏନେଇ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି । ମସଜିଦ୍, ଇଦଗାହରେ ସାମୂହିକ ପ୍ରାର୍ଥନା ହୋଇ ପାରିବ ନାହିଁ । ମସଜିଦରେ ହେଉଥିବା ନିୟମିତ ରୀତିକାନ୍ତି ସର୍ବାଧିକ ୫ ଜଣଙ୍କୁ ନେଇ କରାଯାଇ ପାରିବ ।

ଓଡ଼ିଶା କୋଭିଡ୍-୧୯ ନିୟମାବଳୀ ଅନୁଯାୟୀ ସମସ୍ତେ ମାସ୍କ ପିନ୍ଧିବେ ସାମାଜିକ ଦୂରତା ରକ୍ଷା କରିବେ । ଘରେ ରହି ଇଦ୍ ପାଳନ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି । କେହି ବ୍ୟକ୍ତି ନିର୍ଦ୍ଦେଶନାମା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave a Reply