ଉଦ୍ଧାର ହେଲା ନିଖୋଜ ପ୍ରଫେସରଙ୍କ ଗଳିତ ଶବ

କଟକ : କଟକ ଶିଖରପୁର ଛକରୁ ନିଖୋଜ ହୋଇଯାଇଥିବା ପ୍ରଫେସର ବୈଷ୍ଣବ ଚରଣ ସିଂହଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ଯୋବ୍ରା ଆନିକଟ ୩୯ ନମ୍ବର ଗେଟରୁ ମିଳିଛି ମୃତଦେହ । ଜଗତପୁର ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ମିଳିତ ଭାବରେ ଶବକୁ ଉଦ୍ଧାର କରି ଏସସିବି ମେଡିକାଲ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପ୍ରଫେସର ସିଂହ କେମେଷ୍ଟ୍ରି ବିଭାଗରେ ଦୀର୍ଘ ବର୍ଷ ଧରି ଅଧ୍ୟାପକ ଭାବରେ କାର୍ଯ୍ୟ କରି ଅବସର ନେଇଥିଲେ । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ କାହିଁକି ଏପରି ପଦକ୍ଷେପ ନେଲେ ତାହା ଜଣାପଡ଼ିନାହିଁ ।