କୌଳିକ ବୃତ୍ତିକୁ ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ, ଚିଲିକାରେ ହେବ ମତ୍ସ୍ୟ ଅବତରଣ କେନ୍ଦ୍ର

ଭୁବନେଶ୍ବର: କୌଳିକ ବୃତ୍ତିକୁ ମିଳିବ ଧାର । ଅଣ୍ଟା ଭିଡିଲେ ରାଜ୍ୟ ସରକାର । ଚିଲିକାରେ ପ୍ରତିଷ୍ଠା ହେବ ମତ୍ସ୍ୟ ଅବତରଣ କେନ୍ଦ୍ର । ପୂରଣ ହେବ ଚିଲିକାରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ଲୋକ ଦାବି । ଦୀର୍ଘଦିନ ହେବ ମାଛ ଧରା ଜେଟି ନିର୍ମାଣ କରିବାକୁ ଦାବି ହୋଇ ଆସୁଥିଲା । ରାଜ୍ୟ ସରକାର ୧୮ କୋଟି ଟଙ୍କା ମଞ୍ଜୁର କରିବା ପରେ ଜେଟି ନିର୍ମାଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।

ଟଙ୍କା ମଞ୍ଜୁର ପରେ ରାଜସ୍ୱ ବିଭାଗ ପକ୍ଷରୁ ଆରମ୍ଭ ହୋଇଯାଇଛି ଜମି ହସ୍ତାନ୍ତର ପ୍ରକ୍ରିୟା । ଚିଲିକା ତହସିଲଦାର ଦଧିବାମନପୁର ମୌଜାରେ ୫ ଏକର ପରିମିତ ଜମିକୁ ଫିସରୀ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଏଥିରେ ରହିବ ଡଙ୍ଗା ଅବତରଣ କେନ୍ଦ୍ର, ମାଛ ନିଲାମ ହଲ, ପାନୀୟ ଜଳ ସହ ପାଇଖାନାର ବ୍ୟବସ୍ଥା । ଫଳରେ ଦଲାଲ ରାଜ ଲୋକ ପାଇବା ସହ ମତ୍ସ୍ୟଜୀବୀଙ୍କୁ ମିଳିବ ଉଚିତ ମୂଲ୍ୟ । ଏହାଦ୍ବାରା ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀ ଲାଭବାନ ହୋଇପାରିବେ । ଦୀର୍ଘଦିନର ଦାବି ସରକାର ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ ।