ସରକାରଙ୍କ ଡିଜିଟାଇଜେସନର କରୁଣ ଦୃଶ୍ୟ, ଭତ୍ତା ପାଇବାରୁ ବଞ୍ଚିତ ବାଲେଶ୍ବରର ଭିନ୍ନକ୍ଷମ ହିତାଧିକାରୀ

1 min read

ନନ୍ଦିଘୋଷ ବ୍ୟୁରୋ: ଚାଲିବାକୁ ଶକ୍ତି ନାହିଁ । ବୟସ ପାଖାପାଖି ୭୦ ହେଲାଣି । ପର କାନ୍ଧ ଉପରେ ଭରସା କରି ଜୀବନ ପାଇଁ ସଂଘର୍ଷ କରୁଛନ୍ତି ମହିଳା । ସରକାରୀ ହକ ଟିକିଏ ପାଇବାକୁ ଦୌଡୁଛନ୍ତି ଏ ଅଫିସରୁ ସେ ଅଫିସ । କେବଳ ଦିବ୍ୟାଙ୍ଗ କନକ ନୁହନ୍ତି ନିଜର ହକ ପାଇବାକୁ ଜିଲ୍ଲାପାଳ କାର୍ଯ୍ୟଳୟ ଗାନ୍ଧିମୂର୍ତ୍ତି ତଳେ ବସିଛନ୍ତି ଅନେକ ଦିବ୍ୟାଙ୍ଗ ହିତାଧିକାରୀ । କୁନି ଝିଅକୁ ଧରି ବାପା ଅପେକ୍ଷା କରିଛି, ସରକାର ତାଙ୍କ ଗୁହାରି ଶୁଣିବେ । ହେଲେ ଶୁଣିବାକୁ କେହିନାହିଁ । ଡିଜିଟାଇଜେସନ ନାମରେ ପ୍ରକୃତରେ କିପରି ହନ୍ତସନ୍ତ ହେଉଛନ୍ତି ଲୋକେ, ତାର ଏକ ଜ୍ବଳନ୍ତ ଚିତ୍ର ଦେଖିବାକୁ ମିଳିଳି ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ । ବାଲିଆପାଳ ବ୍ଲକର ବିଭିନ୍ନ ପଞ୍ଚାୟତର ହିତାଧିକାରୀଙ୍କୁ  ମିଳିନି ଚଳିତ ମାସର ଦିବ୍ୟାଙ୍ଗ ଭତ୍ତା । ଅନଲାଇନରେ ଦିବ୍ୟାଙ୍ଗ ସାର୍ଟିଫିକେଟ ପଞ୍ଜୀକରଣ କରିନଥିବାରୁ ଭତ୍ତା ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି ।

ଦିବ୍ୟାଙ୍ଗ ମାନଙ୍କର ସାର୍ଟିଫିକେଟ ଡିଜିଟାଇଜେସନ ପାଇଁ CDMO ଙ୍କ ଅଫିସରେ ଅନଲାଇନ ଡିଜିଟାଇଜେସନ ପ୍ରକ୍ରିୟା ଚାଲୁ ରହିଛି । ସମସ୍ତ ଦିବ୍ୟାଙ୍ଗଙ୍କୁ ଏନେଇ ଡିଜିଟାଲ ପ୍ରକ୍ରିୟାରେ ନୂଆ ସାର୍ଟିଫିକେଟ କରିବାକୁ କୁହାଯାଇଛି । ତେବେ ଅଭିଯୋଗ କରିଥିବା ହିତାଧିକାରୀ ନୂଆ ସାର୍ଟିଫିକେଟ କରିନଥିବାରୁ ସେମାନଙ୍କୁ ଭତ୍ତା ମିଳି ନଥିବା କହିଛନ୍ତି ଅଧିକାରୀ । ଭତ୍ତା ବନ୍ଦ ନିର୍ଦ୍ଦେଶକୁ ଅସ୍ବୀକାର କରିବା ସହ ସମସ୍ତଙ୍କୁ ଡିଜିଟାଇଜେସନ ମାଧ୍ୟମରେ ନୂଆ ସାର୍ଟିଫିକେଟ କରିବାକୁ କୁହାଯାଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର କ୍ୟାମ୍ପ କରାଯାଉଛି । ତେବେ ସେମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରାଯିବ ବୋଲି କହିଛନ୍ତି ଡିଏସଡିଓ । ଜିଲ୍ଲାପାଳଙ୍କ ନିକଟରୁ ନିର୍ଦ୍ଦେଶ ହୋଇନ ନଥିଲେ ସୁଦ୍ଧା ଭତ୍ତା ପାଇଇବା ପାଇଁ ପରିଣତ ବୟସରେ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ ।