ଭିସୁଟ୍ କୁଳପତିଙ୍କ ଉପରେ ରାଜ୍ୟପାଳଙ୍କ ଅଙ୍କୁଶ

ସମ୍ବଲପୁର: ବୁର୍ଲା ଭିସୁଟ୍ କୁଳପତିଙ୍କ ଉପରେ ଲାଗିଛି ଅଙ୍କୁଶ । କୁଳପତିଙ୍କ କ୍ଷମତାକୁ ସଙ୍କୁଚିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ବିଶ୍ୱବିଦ୍ୟାଳୟର କୌଣସି ଆର୍ଥିକ କାରବାର ନିଷ୍ପତ୍ତି ନେଇପାରିବେନି କୁଳପତି । କୁଳାଧିପତିଙ୍କ ଅନୁମୋଦନ ବିନା ନିଷ୍ପତ୍ତି ନେଇପାରିବେନି । ମ୍ୟାନେଜମେଣ୍ଟ ବୋର୍ଡ ମିଟିଂକୁ ସପ୍ତାହ ଭିତରେ ସପାପ୍ତ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବାକୁ କୁହାଯାଇଛି ।

ଚୂଡ଼ାନ୍ତ ନିଷ୍ପତ୍ତି ନିର୍ଦ୍ଦିଷ୍ଟ ସମୟ ସୀମାରେ ନେବାକୁ ନିର୍ଦ୍ଦେଶ ହୋଇଛି । କୌଣସି ପ୍ରାଶାସନିକ କାର୍ଯ୍ୟରେ ହସ୍ତକ୍ଷେପ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ କୌଣସି ନିଷ୍ପତ୍ତି ନ ନେବାକୁ ସହ କାର୍ଯ୍ୟକାଳ ସରିବା ଯାଏଁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ ନେବାକୁ କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟପାଳ ତଥା କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୂଚନା ମୁତାବକ ଭିସୁଟ୍‌ରେ କାର୍ଯ୍ୟରତ କିଛି ମହିଳା କର୍ମଚାରୀ କୁଳପତିଙ୍କ ବିରୋଧରେ ଆଣିଥିଲେ ସାଙ୍ଘାତିକ ଅଭିଯୋଗ । ଅଧ୍ୟାପିକାଙ୍କୁ କୂଳପତି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ସେପଟେ ଏହି ମାମଲାରେ କୂଳପତି କିନ୍ତୁ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ।

Leave a Reply