ସମ୍ଭାବ୍ଯ ବାତ୍ଯାକୁ ନେଇ ଭୟଭୀତ ନଈକୂଳିଆବାସୀ

Probable Cyclone, Aradi People Feared

ଆରଡ଼ି: ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏସଆରସି ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି । ବାତ୍ୟା ଆସୁଥିବା ବେଳେ ଭଦ୍ରକ ଜିଲାର ନଦୀକୂଳିଆ ଅଞ୍ଚଳରେ ସ୍ଥିତି ପରଖିଛି ନନ୍ଦିଘୋଷ ଟିଭି । ଭଦ୍ରକ ଜିଲ୍ଲାର ଜଳଦେଶ ତଥା ତ୍ରିକୋଣ ଅଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକର ଆରଡି, ତେନ୍ତୁଲିଡିହ, ମାଧପୁର, ସୁନ୍ଦରପୁର, ଓଳଗ, ନାନ୍ଦପୁର ଆଦି ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦ ନଦୀ କୂଳକୁ ଲାଗି ରହିଛି ମୁଆଁ, କୁଲିବିନ୍ଧା, ପାଲଟପୁର, ଶୀତଳପୁର, ଗରିପୁର, ଧାନଖଣିଆ, ତିନିତର ଆଦି ୨୦ରୁ ୨୨ଟି ଗାଁ ।

Probable Cyclone, Aradi People Feared

ଅନେକ ସ୍ଥାନରେ ନଦୀବନ୍ଧ ଅତ୍ୟନ୍ତ ଦୁର୍ବଳ ରହିଥିବା ବେଳେ ୪ରୁ ୫ଟି ସ୍ଥାନରେ ଦୀର୍ଘ ବର୍ଷ ହେବ ନଦୀବନ୍ଧ ନଈରେ ଲିନ୍ନ ହୋଇଥିଲେ ମଧ୍ଯ ମରାମତି ହୋଇନଥିବା ନଦୀକୂଳିଆବାସୀ କହିଛନ୍ତି । ବର୍ତ୍ତମାନ ସମ୍ଭାବ୍ଯ ବାତ୍ଯାକୁ ନେଇ ଆତଙ୍କିତ ହୋଇ ପଡ଼ିଛନ୍ତି ନଦୀକୂଳିଆବାସୀ । ବିଶେଷକରି ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ନିକଟସ୍ଥ ଧାମାରା ସମୁଦ୍ର ମୁହାଣ ଅଶାନ୍ତ ରହିବ । ଏଥିସହ ଘୂର୍ଣ୍ଣିବଳୟ ପ୍ରଭାବରେ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି ।

Probable Cyclone, Aradi People Feared

ଯଦି ଏପରି ସ୍ଥିତି ସୃଷ୍ଟି ହୁଏ ତାହାଲେ ଜନବସତିକୁ ଲୁଣା ପାଣି ମାଡ଼ି ଆସିବ ବୋଲି ନଦୀକୂଳିଆବାସୀ କହିଛନ୍ତି । ପୂର୍ବରୁ ଗ୍ରୀଷ୍ମ ଋତୁରେ ଯେବେ ବାତ୍ଯା ହୋଇଛି ଲୁଣା ଢେଉ ମାଡ଼ି ଆସିବାର ନଜିର ରହିଛି । ଏପଟେ ଭଦ୍ରକ ଜିଲାପାଳଙ୍କ ପକ୍ଷରୁ ସାମ୍ଭାବ୍ଯ ବାତ୍ଯାର ସମୀକ୍ଷା କରାଯିବା ସହ ସମସ୍ତ ତହସିଲିଦାର ଓ ବିଡିଓଙ୍କୁ ନଦୀକୂଳିଆ ଅଞ୍ଚଳ ଓ ବାତ୍ଯା ଆଶ୍ରୟସ୍ଥଳୀର ସ୍ଥିତି ଦେଖି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply