ମାୟାବତୀଙ୍କୁ ଭେଟି ମା’ଙ୍କ ମୃତ୍ୟୁର ଶୋକବ୍ୟକ୍ତ କଲେ ପ୍ରିୟଙ୍କା ଗାନ୍ଧୀ

1 min read

ନୂଆଦିଲ୍ଲୀ: ବହୁ ଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କୁ ଭେଟିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଶନିବାର ମାୟାବତୀଙ୍କ ମା’ଙ୍କର ଦେହାନ୍ତ ହୋଇଯାଇଥିଲା । ଆଜି ମାୟାବତୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପ୍ରିୟଙ୍କା ଗାନ୍ଧୀ ଭେଟିଛନ୍ତି  । ଗତକାଲି ମାୟାବତୀଙ୍କ ମା’ ରାମରତୀଙ୍କ ନିଧନ ହୋଇଥିଲା । ସେନେଇ ଆଜି ପ୍ରିୟଙ୍କା ଗାନ୍ଧୀ ମାୟାବତୀଙ୍କୁ ଭେଟିବା ସହ ତାଙ୍କ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ପୂର୍ବରୁ ପ୍ରିୟଙ୍କା ମଧ୍ୟ ଟୁଇଟ୍ କରିବା ସହ ମାୟାବତୀଙ୍କ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ମାୟାବତୀଙ୍କ ମା’ଙ୍କ ମୃତ୍ୟୁ ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ମାୟାବତୀଙ୍କ ମା’ଙ୍କ ମୃତୁରେ ଶୋକବ୍ୟକ୍ତ କରିଥିଲେ । ତେବେ ଆଜି ପ୍ରିୟଙ୍କା ଗାନ୍ଧୀ ସକାଳେ ଦିଲ୍ଲୀ ସ୍ଥିତି ବାସଭବନରେ ଯାଇ ମାୟାବତୀଙ୍କୁ ଭେଟିଛନ୍ତି । ମାୟାବତୀଙ୍କ ମାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିବା ସହ ଶ୍ରାଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରିୟଙ୍କା ।

ବିଏସପି ଦ୍ବାରା ଜାରି ହୋଇଥିବା ପ୍ରେସ ରିଲିଜ ଅନୁସାରେ ମାୟାବତୀଙ୍କ ମା’ଙ୍କ ହାର୍ଟ ଫେଲ କାରଣରୁ ଶନିବାର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ମା’ଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଏହି ପ୍ରେସ ରିଲିଜରେ ଲେଖାଯାଇଛି କି ମାୟାବତୀଙ୍କ ମା’ ବହୁତ ବନ୍ଧୁତ୍ବପୂର୍ଣ୍ଣ ଓ ସବୁବେଳେ ତାଙ୍କ ପରିବାର ସହ ରହୁଥିଲେ । ଅନ୍ତିମ ସମୟରେ ମଧ୍ୟ ପରିବାର ସହିତ ଥିଲେ ଏବଂ ସବୁବେଳେ ପରିବାର କଥା ଭାବୁଥିଲେ । କିନ୍ତୁ ଶନିବାର ତାଙ୍କର ମୃତ୍ୟୁ ହୋଇଛି । ତେବେ ମାୟାବତୀଙ୍କ ପିତା ପ୍ରଭୁଦୟାଲଙ୍କ ମୃତ୍ୟୁ ଗତ ବର୍ଷ ୧୯ ନଭେମ୍ବରରେ ହୋଇଥିଲା ।  ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା ।

ମାୟାବତୀଙ୍କ ମା’ଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଟୁଇଟ କରି କହିଛନ୍ତି କି ଉତ୍ତର ପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀଙ୍କ ମା’ଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦ । ପ୍ରଭୁ ଶ୍ରୀରାମ ଦିବଙ୍ଗତ ପୁନ୍ୟାତ୍ମାଙ୍କୁ ତାଙ୍କ ଶ୍ରୀଚରଣରେ ରଖନ୍ତୁ ଏବଂ ପରିବାରଙ୍କ ଏପରି ସ୍ଥିତିରେ ଶକ୍ତି ଦିଅନ୍ତୁ ବୋଲି ଟୁଇଟ କରି କହିଛନ୍ତି ଯୋଗୀ ଆଦିତ୍ୟନାଥ ।

Leave a Reply