ମାୟାବତୀଙ୍କୁ ଭେଟି ମା’ଙ୍କ ମୃତ୍ୟୁର ଶୋକବ୍ୟକ୍ତ କଲେ ପ୍ରିୟଙ୍କା ଗାନ୍ଧୀ
1 min readନୂଆଦିଲ୍ଲୀ: ବହୁ ଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କୁ ଭେଟିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଶନିବାର ମାୟାବତୀଙ୍କ ମା’ଙ୍କର ଦେହାନ୍ତ ହୋଇଯାଇଥିଲା । ଆଜି ମାୟାବତୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପ୍ରିୟଙ୍କା ଗାନ୍ଧୀ ଭେଟିଛନ୍ତି । ଗତକାଲି ମାୟାବତୀଙ୍କ ମା’ ରାମରତୀଙ୍କ ନିଧନ ହୋଇଥିଲା । ସେନେଇ ଆଜି ପ୍ରିୟଙ୍କା ଗାନ୍ଧୀ ମାୟାବତୀଙ୍କୁ ଭେଟିବା ସହ ତାଙ୍କ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ପୂର୍ବରୁ ପ୍ରିୟଙ୍କା ମଧ୍ୟ ଟୁଇଟ୍ କରିବା ସହ ମାୟାବତୀଙ୍କ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
बहुजन समाज पार्टी की राष्ट्रीय अध्यक्ष एवं उप्र की पूर्व मुख्यमंत्री सुश्री @Mayawati जी की माता जी श्रीमती रामरती जी के निधन का दुखद समाचार मिला।
ईश्वर उन्हें श्रीचरणों में स्थान दें एवं इस दुख की घड़ी में परिजनों को कष्ट सहने का साहस दें।
ॐ शांति।
— Priyanka Gandhi Vadra (@priyankagandhi) November 13, 2021
ମାୟାବତୀଙ୍କ ମା’ଙ୍କ ମୃତ୍ୟୁ ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ମାୟାବତୀଙ୍କ ମା’ଙ୍କ ମୃତୁରେ ଶୋକବ୍ୟକ୍ତ କରିଥିଲେ । ତେବେ ଆଜି ପ୍ରିୟଙ୍କା ଗାନ୍ଧୀ ସକାଳେ ଦିଲ୍ଲୀ ସ୍ଥିତି ବାସଭବନରେ ଯାଇ ମାୟାବତୀଙ୍କୁ ଭେଟିଛନ୍ତି । ମାୟାବତୀଙ୍କ ମାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିବା ସହ ଶ୍ରାଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରିୟଙ୍କା ।
BSP PRESS NOTE-13-11-2021-BEHENJI MOTHER DEMISE pic.twitter.com/XjUMsw8olG
— Mayawati (@Mayawati) November 13, 2021
ବିଏସପି ଦ୍ବାରା ଜାରି ହୋଇଥିବା ପ୍ରେସ ରିଲିଜ ଅନୁସାରେ ମାୟାବତୀଙ୍କ ମା’ଙ୍କ ହାର୍ଟ ଫେଲ କାରଣରୁ ଶନିବାର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ମା’ଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଏହି ପ୍ରେସ ରିଲିଜରେ ଲେଖାଯାଇଛି କି ମାୟାବତୀଙ୍କ ମା’ ବହୁତ ବନ୍ଧୁତ୍ବପୂର୍ଣ୍ଣ ଓ ସବୁବେଳେ ତାଙ୍କ ପରିବାର ସହ ରହୁଥିଲେ । ଅନ୍ତିମ ସମୟରେ ମଧ୍ୟ ପରିବାର ସହିତ ଥିଲେ ଏବଂ ସବୁବେଳେ ପରିବାର କଥା ଭାବୁଥିଲେ । କିନ୍ତୁ ଶନିବାର ତାଙ୍କର ମୃତ୍ୟୁ ହୋଇଛି । ତେବେ ମାୟାବତୀଙ୍କ ପିତା ପ୍ରଭୁଦୟାଲଙ୍କ ମୃତ୍ୟୁ ଗତ ବର୍ଷ ୧୯ ନଭେମ୍ବରରେ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା ।
ମାୟାବତୀଙ୍କ ମା’ଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଟୁଇଟ କରି କହିଛନ୍ତି କି ଉତ୍ତର ପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀଙ୍କ ମା’ଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦ । ପ୍ରଭୁ ଶ୍ରୀରାମ ଦିବଙ୍ଗତ ପୁନ୍ୟାତ୍ମାଙ୍କୁ ତାଙ୍କ ଶ୍ରୀଚରଣରେ ରଖନ୍ତୁ ଏବଂ ପରିବାରଙ୍କ ଏପରି ସ୍ଥିତିରେ ଶକ୍ତି ଦିଅନ୍ତୁ ବୋଲି ଟୁଇଟ କରି କହିଛନ୍ତି ଯୋଗୀ ଆଦିତ୍ୟନାଥ ।