ବିଜେପି ଏବେ ଧୋକାବାଜ୍ ଜନତା ପାର୍ଟି: ପ୍ରିୟଙ୍କା ଗାନ୍ଧୀ

1 min read

କର୍ଣ୍ଣାଟକ: କର୍ଣ୍ଣାଟକ ରାଜନୀତି ସରଗରମ। ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ନିଜର ଭାଷଣରେ ସେ କେନ୍ଦ୍ର ସରକାରଙ୍କୁ କରିଛନ୍ତି ଟାର୍ଗଟେ। ସତ୍ୟ ପଥରେ ରହିବାରୁ ରାହୁଲଙ୍କ ସାଂସଦ ପଦ କଟିଲା ବୋଲି କହିଛନ୍ତି ପ୍ରିୟଙ୍କା ।

ସେପଟେ ରାଜ୍ୟର ବିଜେପି ସରକାରକୁ ଟାର୍ଗେଟ କରିଛି କଂଗ୍ରେସ । ସଂରକ୍ଷଣ ନୀତି ନାମରେ ରାଜ୍ୟବାସୀଙ୍କୁ ଜାତି, ସମ୍ପ୍ରଦାୟ ଭିତ୍ତିରେ ଭାଗ ଭାଗ କରାଯାଉଛି । ରାଜ୍ୟବାସୀଙ୍କୁ ବିଜେପି ବାରମ୍ବାର ଧୋକା ଦେଇଆସିଥିବାରୁ ବିଜେପି ଏବେ ଭାରତୀୟ ଜନତା ପାର୍ଟି ହୋଇ ରହିନାହିଁ । ଏହା ଏବେ ବିଟ୍ରେଆଲ ଜନତା ପାର୍ଟି ବା ଧୋକାବାଜ ଜନତା ପାର୍ଟିରେ ରୂପାନ୍ତରିତ ହୋଇଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୂର୍ଜେଓ୍ବାଲା ।

ସେ ଆହୁରି କହିଛନ୍ତି, ସଂରକ୍ଷଣ ନାମରେ ବିଜେପି କେବଳ ଲଲିପପ ଦେଉଛି । ରାଜ୍ୟରେ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରାଯାଉଛି । ସେପଟେ ବିଭିନ୍ନ ପ୍ରସଙ୍ଗରେ ବୋମାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଜଗଦୀଶ ସେଟ୍ଟର । ସେ କହିଛନ୍ତି- ବିଜେପିରେ ରହି ଆତ୍ମସମ୍ମାନ ହାନି ହୋଇଛି । ଦଳରେ ବରିଷ୍ଠ ନେତାଙ୍କୁ ବାରମ୍ବାର ଅବହେଳା କରାଯାଇଛି ।