ପ୍ରଚାର ମଇଦାନରେ ପ୍ରିୟଙ୍କା ଗାନ୍ଧୀ, ବନାଇଲେ ଦୋସା

1 min read

ମହୀଶୂର: କର୍ଣ୍ଣାଟକ ମହୀଶୂରରେ ପ୍ରଚାର ମଇଦାନରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ହେଲେ ସେଠାରେ ଏକ ହୋଟେଲରେ ଦୋସା ବନାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ପ୍ରିୟଙ୍କା ।

ମହୀଶୂର ଗସ୍ତ କାଳରେ ସେ ମିଲାରି ହୋଟେଲର ଷ୍ଟାଫମାନଙ୍କ ସହ ଆଲୋଚନା କରିବା ସହ ନିଜେ ଦୋସା ବନାଇଥିଲେ। ମହୀଶୂରର ଏହି ହୋଟେଲ ସବୁଠାରୁ ପୁରୁଣା ବୋଲି ସୂଚନା ମିଳିଛି । ଦୋସା ପ୍ରସ୍ତୁତି ପରେ ହୋଟେଲ ମାଲିକ ଓ ତାଙ୍କ ପରିବାରକୁ ଧନ୍ୟବାଦ ଜଣାଇଥିଲେ ପ୍ରିୟଙ୍କା । ଏହା ସହ ସମସ୍ତଙ୍କ ସହ ସେଲଫି ଉଠାଇଥିଲେ ।