ରିଲିଜ ହେବାକୁ ଯାଉଛି ପ୍ରିୟଙ୍କା ଚୋପ୍ରୋଙ୍କ ନୂଆ ଫିଲ୍ମ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଷ୍ଟର

1 min read

ନୂଆଦିଲ୍ଲୀ: ବଲିଉଡରୁ ହଲିଉଡ ଯାଏ ଏକ ସଫଳ ଯାତ୍ରା ଅତିକ୍ରମ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା । ଅଭିନେତ୍ରୀ ଜଣଙ୍କ ଏବେ ବଲିଉଡ ଫିଲ୍ମରେ କମ ଏବଂ ଇଣ୍ଟରନ୍ୟାସନାଲ ପ୍ରୋଜେକ୍ଟରେ ଅଧିକ ନଜର ଆସୁଛନ୍ତି । ନିଜ ଅଭିନୟର ଦମରେ ଆଜି ସେ ଏହି ସଫଳତା ହାସଲ କରିଛନ୍ତି । ଏମିତିରେ ପ୍ରିୟଙ୍କା ଚୋପ୍ରାଙ୍କ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି । ଏଭିନେତ୍ରୀ ଜଣଙ୍କର ନୂଆ ଫିଲ୍ମ We Can Be Heros ଆଗାମୀ ବର୍ଷ ନେଟଫ୍ଲକ୍ସରେ ରିଲିଜ ହେବାକୁ ଯାଉଛି ।

 

ପ୍ରିୟଙ୍କା ଚୋପ୍ରାଙ୍କ ନୂଆ ଫିଲ୍ମ

ରବର୍ଡ ରାଡିକ୍ସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ଆଗାମୀ ବର୍ଷ ଜାନୁଆରୀରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ପ୍ରିୟଙ୍କା ଚୋପ୍ରାଙ୍କ ବ୍ୟତୀତ YaYa Gosselin, Pedro Pascal ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଦୀର୍ଘ ଦିନ ଧରି ପ୍ରିୟଙ୍କାଙ୍କ ଏହି ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ଫିଲ୍ମର ବିଟିଏସ ଫୁଟେଜ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୂର୍ବ ବର୍ଷ ଏହି ଫିଲ୍ମରେ ଥିବା ପ୍ରିୟଙ୍କାଙ୍କ ଲୁକ ମଧ୍ୟ ଲିକ ହୋଇଯାଇଥିଲା । ଏମିତିରେ ସମସ୍ତେ ପ୍ରିୟଙ୍କାଙ୍କ ଏହି ଫିଲ୍ମକୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି ।

 

View this post on Instagram

 

A post shared by Netflix Film (@netflixfilm)

We Can Be Heros ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ କିଛି ସୁପରହିରୋଙ୍କୁ ଏଲିଏନ୍ସ ନିଜ ଦୁନିଆକୁ ନେଇଯାଆନ୍ତି । ସେଠାରେ ସେମାନଙ୍କୁ ବନ୍ଦି କରି ରଖାଯାଏ । ଏବେ ସେହି ସୁପର ହିରୋଙ୍କୁ ଉଦ୍ଧାର କରିବା ପାଇଁ ଛୁଆମାନେ କିପରି ଏକଜୁଟ ହୋଇ ପୃଥିବୀକୁ ସେହି ଏଲିଏନ୍ସଙ୍କ କବଳରୁ ରକ୍ଷା କରୁଛନ୍ତି, ତାହା ହିଁ ଫିଲ୍ମର କାହାଣୀ ଅଟେ ।

ବଲିଉଡ ଫିଲ୍ମ କଥା କହିବାକୁ ଗଲେ ପ୍ରିୟଙ୍କାଙ୍କୁ ଶେଷ ଥର ପାଇଁ ସ୍କାଏ ଇଜ ପିଙ୍କ ଫିଲ୍ମରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ସେ ଫରହାନ ଖାନ ଏବଂ ଜାୟରା ବସୀମଙ୍କ ସହ କାମ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଏତେଟା ସଫଳତା ହାସଲ କରିପାରିନଥିଲା, କିନ୍ତୁ କାହାଣୀକୁ ଦର୍ଶକ ମାନେ ପସନ୍ଦ କରିଥିଲେ ।

Leave a Reply