ସ୍ୱାମୀ ଓ ଶାଶୁ ଶ୍ୱଶୁରଙ୍କ ସହ ହୋଲି ସେଲିବ୍ରେଟ କଲେ ପ୍ରିୟଙ୍କା
1 min readମୁମ୍ବାଇ: ଆଜି ହେଉଛି ରଙ୍ଗର ପର୍ବ ହୋଲି। କରୋନା କଟକଣା ଭିତରେ ସମଗ୍ର ଦେଶରେ ପାଳନ ଚାଲିଛି ଏହି ଉତ୍ସବ । ପ୍ରତ୍ୟେକ ଗଳି କନ୍ଦିରେ ପିଲାଠୁ ବୁଢ଼ା ଯାଏଁ ସମସ୍ତେ ହୋଲି ଖେଳରେ ମସଗୁଲ ଅଛନ୍ତି । ବଲିଉଡ ସେଲେବ୍ରିଟି ବି ଏଥିରେ ପଛରେ ପଡ଼ିନାହାଁନ୍ତି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ହୋଲିର କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ୱାମୀ ନିକ ଜୋନାସ ଏବଂ ଶାଶୁଙ୍କ ସହ ନଜର ଆସିଛନ୍ତି।
View this post on Instagram
ଏହି ଫଟୋଗୁଡ଼ିକରେ ପ୍ରିୟଙ୍କା ଫଗୁ ଓ ଫୁଲରେ ହୋଲି ସେଲେବ୍ରେଟ କରୁଥିବା ଦେଖିବାକୁ ମିଳିଛି। ପ୍ରିୟଙ୍କା ଫଟୋ ଶେଆର କରି ନିଜ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ‘ରଙ୍ଗର ପର୍ବ ହୋଲି ମୋର ସବୁଠୁ ପସନ୍ଦର ପର୍ବ ମଧ୍ୟରୁ ଅନ୍ୟତମ । ଆଶା କରୁଛିଯେ ଆମେ ସମସ୍ତେ ନିଜ ପ୍ରିୟଜନଙ୍କ ସହ ହୋଲି ଖେଳିବା, କିନ୍ତୁ ନିଜ ଘରେ। ସମସ୍ତଙ୍କୁ ହାପି ହୋଲି।’
ପ୍ରୟଙ୍କାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ବର୍ତ୍ତମାନସୁଦ୍ଧା ତାଙ୍ର ଏହି ଫଟୋରେ ୧୨ ଲକ୍ଷରୁ ଅଦିକ ଲାଇକ ମିଳିସାରିଲାଣି। ଏଥିସହ ବହୁତ କମେଣ୍ଟ ମଧ୍ୟ ମିଳୁଛି । ଫ୍ୟାନମାନେ କମେଣ୍ଟ କରି ପ୍ରିୟଙ୍କା ଓ ତାଙ୍କ ପରିବାରକୁ ହୋଲିର ଶୁଭ କାମନା ଦେଉଛନ୍ତି।