ନନ୍ଦିଘୋଷ ବ୍ୟୁରୋ : କଟକ ସଂଘର୍ଷ ଘଟଣାକୁ ନେଇ ରାଜ୍ୟ ସରକାରଙ୍କକୁ ସମାଲୋଚନା। ଶିବସେନା UBT ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି। କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଓଡ଼ିଶା ଭଳି ଏକ ରାଜ୍ୟ ଯେଉଁଠାରେ ଶାନ୍ତିପ୍ରିୟ ଲୋକମାନେ ରହୁଛନ୍ତି। ଯେତେବେଳେ ବିଜେଡି କ୍ଷମତାରେ ଥିଲା ସେଠାରେ କୌଣସି ସଂଘର୍ଷ ଘଟିନଥିଲା। ହଠାତ୍ ବିଜେପି କ୍ଷମତାକୁ ଆସିବା ପରେ ସ୍ଥିତି ବଦଳିଯାଇଛି। କଟକରେ ଯାହା ଘଟିଛି ତାହା ଭାରତୀୟ ଜନତା ପାର୍ଟି ସରକାରରେ ଥିବା ସମୟରେ ଘଟିଛି। ରାଜନୀତି ପାଇଁ ରାଜ୍ୟବାସୀଙ୍କୁ ବିଭାଜିତ କରିବାର ଏହା ଦୁଃଖଦ ପ୍ରତିଫଳନ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଶା କରୁଛି ଯେ ଆଇନ ଶୃଙ୍ଖଳା ବଜାୟ ରହିବ ବୋଲି କହିଛନ୍ତି ପ୍ରିୟଙ୍କା ଚତୁର୍ବେଦୀ। ଓଡ଼ିଶାବାସୀଙ୍କୁ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ସୃଷ୍ଟି କରିବା ପାଇଁ କେବଳ ଉପକରଣ ଭାବରେ ବ୍ୟବହାର କରାଯାଉଛି। ହିଂସାକାଣ୍ଡର ଦୋଷୀଙ୍କୁ ଯଥାଶୀଘ୍ର ଗିରଫ କରାଯିବା ଉଚିତ।

