spot_img

Latest Posts

ଖାଲି ପଦବୀ ସମ୍ପର୍କରେ ସୂଚନା ଦେବାକୁ ବାଧ୍ୟ ଘରୋଇ କମ୍ପାନୀ, ନଦେଲେ ଏତିକି ଦେବାକୁ ହେବ ଜରିମାନା

ନନ୍ଦିଘୋଷ ବ୍ୟୁରୋ: ନିଯୁକ୍ତି କ୍ଷେତ୍ରରେ ବଡ଼ ପଦକ୍ଷେପ ନେଉଛନ୍ତି ସରକାର । ଖାଲି ଥିବା ପଦବୀ ସମ୍ପର୍କରେ ଘରୋଇ କମ୍ପାନୀମାନେ ସୂଚନା ଦେବାକୁ ବାଧ୍ୟତାମୂଳକ । ନିଯୁକ୍ତି ଟେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି । ଆକ୍ଟ ୧୯୫୯ରେ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି । ମହାରାଷ୍ଟ୍ର ସରକାର ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ନୂଆ ଯୋଜନା କରିଥିବା ଜଣାପଡ଼ିଛି । ତେବେ ଖାଲି ପଦବୀ ସମ୍ପର୍କରେ ସୂଚନା ଦେବାକୁ ବାଧ୍ୟ ଘରୋଇ କମ୍ପାନୀ । ଯଦି କୌଣସି କମ୍ପାନୀ ସୂଚନା ନଦିଅନ୍ତି ତାହେଲେ ମୋଟା ଅଙ୍କର ଜରିମାନା ଦେବେ । ପୂର୍ବରୁ ଜରିମାନା ୧୦୦ ଟଙ୍କା ରହିଥିଲା । ମାତ୍ର ଏବେ ନିୟମ ନମାନିଲେ ୫୦ ହଜାର ଟଙ୍କା ଦେବାକୁ ନିୟମ କରାଯାଇଛି ।

ମହାରାଷ୍ଟ୍ରର ଦକ୍ଷତା ବିକାଶ ମନ୍ତ୍ରୀ ମଙ୍ଗଲ ପ୍ରଭାତ କହିଛନ୍ତି କି, ଆମର ରୋଜଗାର କାର୍ଯ୍ୟାଳୟ ରହିଛି କିନ୍ତୁ ଏମାନେ ନିଷ୍କ୍ରିୟ ହୋଇ ଯାଇଛନ୍ତି । ଆଇନରେ ପରିବର୍ତ୍ତନ ସହ ଏମାନଙ୍କ ସକ୍ରିୟ କରିବା ପାଇଁ ଏଭଳି ଯୋଜନା କରୁଛୁ । ଏଣୁ ଘରୋଇ କମ୍ପାନୀରେ ରହିଥିବା ଖାଲି ପଦବୀ ସମ୍ପର୍କରେ ସେମାନେ ସରକାରଙ୍କୁ ଜଣାଇବେ । ଯାହାଦ୍ବାରା ବେକାରୀ ସମସ୍ୟା ଦୂର ହେବ । ଏହାସହ ଯୁବପିଢ଼ୀମାନେ ସହଜରେ ଚାକିରୀ ପାଇ ପାରିବେ ବୋଲି କୁହାଯାଉଛି । ଗୋଟିଏ ପଟେ ଶିଳ୍ପ ପ୍ରତିଭା ଖୋଜୁଛି ଏବଂ ଅନ୍ୟ ପଟେ ବେକାରୀ ବୃଦ୍ଧି ପାଉଛି। ଏହା ଏକ ଭଲ ପଦକ୍ଷେପ | ପ୍ଲେସମେଣ୍ଟ ଏଜେନ୍ସିଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଏକ ଘରୋଇ ପ୍ଲେସମେଣ୍ଟ ଆକ୍ଟ ମଧ୍ୟ ପ୍ରସ୍ତୁତ କରୁଛି। ମିଜୋରାମ, ଛତିଶଗଡ ଏବଂ ଆସାମ ଭଳି ରାଜ୍ୟ ଏହି ବିଲ୍ ପାଇଁ ଇନପୁଟ୍ ଦେଇସାରିଛନ୍ତି। ମହାରାଷ୍ଟ୍ର ମଧ୍ୟ ଏଥିପାଇଁ ଏକ ଦାଖଲ କରିବାକୁ ଯୋଜନା କରୁଛି।

 

Latest Posts

Don't Miss