ଆଜିଠାରୁ ବନ୍ଦ ହେଲା ବ୍ରହ୍ମପୁର ସହର ସିଟି ବସ ଷ୍ଟାଣ୍ଡ: ନିଷ୍ପତ୍ତିକୁ ଘରୋଇ ବସ ମାଲିକ ସଂଘର ବିରୋଧ

ଗଞ୍ଜାମ: ଆଜି ଠାରୁ ବନ୍ଦ ହେଲା ବ୍ରହ୍ମପୁର ସହର ମଧ୍ୟ ଭାଗରେ ଥିବା ସିଟି ବସ ଷ୍ଟାଣ୍ଡ । ଏହି ବସ ଷ୍ଟାଣ୍ଡରୁ ପାଖାପାଖି ପାଞ୍ଚ ଶହରୁ ଉର୍ଦ୍ଧ୍ୱ ବସ ରାଜ୍ୟର ସବୁ ସ୍ଥାନକୁ ଚଳା ଚଳ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଏବଂ ବିଡିଏ ପକ୍ଷରୁ ଆଜି ଏହି ବସ ଷ୍ଟାଣ୍ଡ କୁ ବନ୍ଦ କରାଯାଇଛି । ତେବେ ପ୍ରସାଶନର ଏହି ନିଷ୍ପତ୍ତି କୁ ଘୋର ବିରୋଧ କରିଛି ଘରୋଇ ବସ ମାଲିକ ସଂଘ ।

ପ୍ରସାଶନର ଏହି ନିଷ୍ପତ୍ତି ଅନୁସାରେ ପୁର୍ବସ୍ଥାନରେ ବସ ଷ୍ଟାଣ୍ଡକୁ ବନ୍ଦ କରି ୧୪ କୋଟି ଟଙ୍କା ବ୍ୟୟରେ ହଳଦିଆପଦର ଠାରେ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ କରାଯାଇଛି । ବ୍ରହ୍ମପୁର ବସ ଷ୍ଟାଣ୍ଡ ର ପୂନରୁଦ୍ଧାର କରିବା ପାଇଁ ପ୍ରଶାସନ ର ଏହି ନିଷ୍ପତିକୁ ବିରୋଧ କରିଛି ଘରୋଇ ବସ ମାଲିକ ସଂଘ । ଫଳରେ ସଂଘ ଏବଂ ଜିଲ୍ଲା ପ୍ରଶାସନ ମୁହାଁ ମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ବସିଥିଲା କିନ୍ତୁ ବୈଠକ ରେ କୌଣସି ନିଷ୍ପତି ନ ବହାରିବାଯୋଗୁ ବସ ମାଲିକ ସଂଘ ର ମାଲିକ ମାନେ ପ୍ରସାଶନ କୁ ବିରୋଧ କରି ଆଜି ସହରର ସମସ୍ତ ବସ ଚଳା ଚଳ କୁ ବନ୍ଦ କରିଦେଇଥିଲେ । ଯାହାଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ ।

ତେବେ ଜିଲ୍ଲା ପ୍ରଶାସନର ବିଡିଏ କର୍ତ୍ତୃପକ୍ଷ ଏହାକୁ ଚ୍ୟାଲେଞ୍ଜ କରି ତୁରନ୍ତ ବସ ଷ୍ଟାଣ୍ଡ ଖାଲି କରିବା ପାଇଁ ସଂଘ କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୌଣସି ଫଳ ନମିଳିବା ଯୋଗୁଁ ମହାନଗର ନିଗମ କମିଶନର ଜେସିବି ଲଗାଇ  ବସ ଷ୍ଟାଣ୍ଡ ର ଦୁଇ ପାର୍ଶ୍ୱ କୁ ଖୋଳିବା ଆରମ୍ଭ କରିଥିଲେ । ଫଳରେ ମାଲିକ ମାନେ ସମସ୍ତ ବସ ବ୍ରହ୍ମପୁର ନୁଆଁ ବସ ଷ୍ଟାଣ୍ଡ ରୁ ଖାଲି କରିଥିବା ଦେଖିବାକୁ ମିଳିଛି । ତେବେ ସିଟି ବସ ଯେତେ ମାତ୍ରା ରେ ଅଛି ସେଗୁଡିକ ବିଭିନ୍ନ ରୁଟ କୁ ଛଡା ଯାଇ ବସ ସେବା ଚଳାଚଳ କରାଯିବ ବୋଲି ନିଷ୍ପତି ନିଆଯାଇଛି ଏବଂ ଏଥିପାଇଁ ଓଏସଆରଟିସି ସରକାରୀ ବସ କୁ ନିୟୋଜିତ କରାଯିବ। ତଥାପି ଯଦି ଅଧିକ ସିଟି ବସର ଆବଶ୍ୟକତା ରୁହେ ତାହାହେଲେ ବାହାରୁ ସରକାରୀ ବସ ମଗାଯିବ ବୋଲି ବ୍ରହ୍ମପୁର କମିଶନର ମତ ପ୍ରକାଶ କରିଛନ୍ତି ।

ତେବେ ଏଭଳି ନିଷ୍ପତି କୁ ସହର ବାସୀ ସ୍ୱାଗତ କରିଥିବା ବେଳେ, ସହର ର ଉନ୍ନତି ଏବଂ ବସ ଷ୍ଟାଣ୍ଡ ର ଉନ୍ନତି ପାଇଁ ସହର ବାସୀ ଆଶାରଖିଛନ୍ତି ।

Leave a Reply