ଗ୍ରୀନ୍ ଜୋନରେ ଗଡ଼ିବନି ଘରୋଇ ବସ୍‌, ଗାଇଡ୍‌ଲାଇନ୍‌ ଜାରି କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଗ୍ରୀନ ଜୋନରେ ଗଡ଼ିବନି ଘରୋଇ ବସ୍‌ । କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ଚାଲିପାରିବନି ବସ୍‌ । ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସୂଚନା ଦେଇଛି । ତୃତୀୟ ପର୍ଯ୍ୟାୟ ଲକଡାଉନ ବେଳେ ୫୦ ପ୍ରତିଶତ ଯାତ୍ରୀରେ ବସ୍‌ ଚଳାଚଳ ସମ୍ଭବ ନୁହେଁ । ୫୦ ପ୍ରତିଶତ ଯାତ୍ରୀରେ ବସ୍‌ ଚଳାଚଳ ଅନୁମତି ଦେଇଥିଲା କେନ୍ଦ୍ର  । ରାଜ୍ୟ ଘରୋଇ ବସ ମାଲିକ ସଂଘ ବୈଠକରେ ଏବଳି ନିଷ୍ପତ୍ତି ହୋଇଛି ।

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ ଗ୍ରୀନ୍‌ଜୋନ୍‌ରେ ସିଟ୍‌ ସଂଖ୍ୟାର ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ କରିବା ସମ୍ଭବ ନୁହେଁ । ଏହାଦ୍ଵାରା କ୍ଷତି ହେବ । ଏନେଇ ଘରୋଇ ବସ୍‌ ମାଲିକଙ୍କ ସହ ସହମତ ହୋଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ କରିବାକୁ ଗାଇଡ୍‌ଲାଇନ୍‌ ଜାରି କରିଥିବା କେନ୍ଦ୍ର ସରକାରଙ୍କୁ ଏହା ଜଣାଇ ଦିଆଯିବ । ପରବିହନ ବିଭାଗର ବୈଠକରେ ଏ ସଂପର୍କରେ ଆଲୋଚନା କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ସେପଟେ ଆଜି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ବୈଠକ ବସୁଛି ।

 

Leave a Reply