ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ପୃଥ୍ୱୀ ସ’ଙ୍କ ସହ ଗଣ୍ଡଗୋଳ ଘଟଣାରେ ସପନା ଗିଲ ଗିରଫ

ନୂଆଦିଲ୍ଲୀ: ଭାରତୀୟ ଟିମର ଷ୍ଟାର କ୍ରିକେଟର ପୃଥ୍ୱୀ ଶ’ଙ୍କ ସହ ଗଣ୍ଡଗୋଳ ଘଟଣାରେ ବ୍ଲଗର ତଥା ୟୁଟ୍ୟୁବର ସପନା ଗିଲଙ୍କୁ ଗିରଫ କରିଛି। ଓଶିବାରା ପୋଲିସ ସପନାଙ୍କୁ ଗିରଫ ପରେ ତାଙ୍କର ମେଡିକାଲ୍ ଟେଷ୍ଟ କରାଯାଇଛି ।

ସୂଚନା ଅନୁଯାୟୀ,  ସପନା ଗିଲଙ୍କୁ ଶୁକ୍ରବାର ଦିନ କୋର୍ଟରେ ହାଜର କରାଯିବ । ଏହି ମାମଲାରେ ଆହୁରି ଅଧିକ ଲୋକଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି । ସେଲଫି ନେବାକୁ ପୃଥ୍ବୀ ସ ମନା କରିବାରୁ ତାଙ୍କ କାର୍ ଭଙ୍ଗାରୁଜା କରିଥିଲେ ମହିଳା ଓ ତାଙ୍କ ସମର୍ଥକ ।  ମୁମ୍ବାଇର ଏକ ହୋଟେଲରୁ ପୃଥ୍ବୀ ସ’ ଫେରୁଥିବା ବେଳେ ସେଲଫି ନେବାକୁ ୨ ଜଣ ଆସିଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ସେଲଫି ନେବାକୁ କହିଥିଲେ ।

ହେଲେ ପୃଥ୍ୱୀ ସ ସେଲଫି ନେବାକୁ ମନା କରି ଦେଇଥିଲେ । ତୁରନ୍ତ ଲୋକଙ୍କୁ ହଟାଇବାକୁ ହୋଟେଲର ସିକ୍ୟୁରିଟି ଗାର୍ଡଙ୍କୁ କହିଥିଲେ । ହେଲେ କିଛି ସମୟ ପରେ ପୃଥ୍ବୀ ସ ହୋଟେଲରୁ ବାହାରିବା ପରେ ତାଙ୍କୁ ଓ ତାଙ୍କ ବନ୍ଧୁ ସୁରେନ୍ଦ୍ର ଯାଦବଙ୍କୁ ଆକ୍ରମଣ ହୋଇଥିଲା । ଅଭିଯୁକ୍ତମାନେ ତାଙ୍କ କାରକୁ ଭଙ୍ଗାରୁଜା କରିବା ସହ ଧମକ ଦେଇଥିଲେ । ଆକ୍ରମଣକାରୀ ବେସବଲ୍ ଷ୍ଟିକ୍ ଜରିଆରେ ଆକ୍ରମଣ କରିଥିଲେ। ପୋଲିସ ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ସପନା ଗିଲଙ୍କୁ ଗିରଫ କରିଛି । ଖୁବଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ ।