୪୫ରୁ ୬୦ ବର୍ଷ ବୟସ୍କ କଏଦୀଙ୍କୁ ଦିଆଯିବ କରୋନା ଟିକା

Prisoners To Receive Covid-19 Vaccination In Odisha

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣ ଜାରି ରହିଥିବା ବେଳେ ଖୁବଶୀଘ୍ର କଏଦୀ ମାନଙ୍କୁ ମଧ୍ୟ ଟିକା ଦିଆଯିବ । ଏନେଇ ଗୁରୁବାର ଦିନ ଜେଲ୍ ବିଭାଗ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

Prisoners To Receive Covid-19 Vaccination In Odisha

ସୂଚନା ଅନୁଯାୟୀ ୬୦ ବର୍ଷରୁ ଅଧିକ ସମସ୍ତ ବୟସ୍କ କଏଦୀଙ୍କୁ କରୋନା ଟିକା ଦିଆଯିବ । ଏଥିସହ ଗମ୍ଭୀର ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ଏନେଇ ସମସ୍ତ ଜେଲ୍ସୁପରିଟେଣ୍ଡେଣ୍ଟ ମାନଙ୍କୁ ଚିଠି ଲେଖିଛନ୍ତି ଜେଲ୍ ବିଭାଗ । ଜେଲ୍ ଭିତରେ ସମ୍ପୃକ୍ତ ସିଡିଏମଓ/ସିଏମଓ ଏବଂ ଜିଲ୍ଲା କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ ବିଭାଗକୁ ସୂଚନା ଦେଇ ଟିକା ପ୍ରଦାନ କରାଯିବ। ଏଥିସହିତ ସରକାରଙ୍କ ଦ୍ୱାରା ଜାରି ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଓ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ ।

ଉଲ୍ଲେଖଯୋଗ୍ୟ, ଏବେ ସୁଦ୍ଧା ରାଜ୍ୟରେ ୭ ଲକ୍ଷ ୫୪ ହଜାର ୬୪୩ ଜଣ ବୟସ୍କଙ୍କୁ ଟିକା ଦିଆଯାଇଥିବା ବେଳେ ଆଜି ୬ଟା ସୁଦ୍ଧା ମୋଟ୍ ୫୭,୮୯୩ ଜଣଙ୍କୁ ଟିକାକରଣ କରାଯାଇଛି । ସେହିପରି ଆଜି ଯାଏଁ ୩,୦୧,୫୨୭ ଜଣ ସ୍ୱାସ୍ଥ୍ୟ ସେବା କର୍ମୀ ପ୍ରଥମ ଡୋଜ୍ ନେଇଥିବା ବେଳେ ୧,୮୫,୧୬୮ ଜଣ ସ୍ୱାସ୍ଥ୍ୟ ସେବା କର୍ମୀ ୨ୟ ଡୋଜ୍ ନେଇଛନ୍ତି । ଅପରପକ୍ଷେ ୧,୬୮,୧୫୪ ଜଣ ଆଗଧାଡିର କୋଭିଡ୍ ଯୋଦ୍ଧା ଟିକାର ପ୍ରଥମ ଡୋଜ ନେଇଛନ୍ତି ।

Leave a Reply