ଭୁବନେଶ୍ୱର ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କର କୋଭିଡ୍‌ରେ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇଛି । କଟକ ବଡ଼ ମେଡ଼ିକାଲରେ ଏହି କଏଦୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୪୫ ବର୍ଷୀୟ ତ୍ରିପତି ମହାନ୍ତି । ଜେଲରେ ପୂର୍ବରୁ ୩ ଥର କୋଭିଡ୍‌ ଟେଷ୍ଟ ହୋଇଥିଲେ ବି ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ ଗତ ୧୧ ତାରିଖରେ ତ୍ରିପତି ଅସୁସ୍ଥ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପରେ ଗୁରୁତର ହେବାରୁ ଏମ୍ସକୁ ନିଆଯାଇଥିଲା । ଗତକାଲି ସେଠାରୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି । ଚଳିତବର୍ଷ ୩ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି। ଜେଲରେ ଥିବା କଏଦୀମାନକୁ ଟୀକା ଦେବା ପାଇଁ ଚିଠି ଲେଖା ହୋଇଛି । ଜେଲ ସାନିଟାଇଜ କରିବାକୁ ବିଏମସିକୁ ଅବଗତ କରାଯାଇଛି । ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର ଏହି ସୂଚନା ଦେଇଛନ୍ତି ।

Leave a Reply