୨୪ ମାସ ହେଲା ମିଳିନି ଦରମା: ଅଧ୍ୟକ୍ଷଙ୍କୁ ଘେରିଲେ ଅଧ୍ୟାପକ

1 min read

ରାଉରକେଲା: କଲେଜ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି । ଦରମା ପ୍ରଦାନରେ ଅହେତୁକ ବିଳମ୍ୱ ଯୋଗୁଁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ । ସୂଚନା ମୁତାବକ ସୁନ୍ଦରଗଡ ଜିଲ୍ଲାର ଲାଠିକଟା ବ୍ଲକ ଅନ୍ତର୍ଗତ କଲୁଙ୍ଗା ଠାରେ ଥିବା ଆର.ଆଇ.ଟି ଇଞ୍ଜିନିୟରିଂ କଲେଜର କର୍ମଚାରୀଙ୍କୁ ଗ ତ ୨୪ ମାସର ଦରମା ପ୍ରଦାନ କରାଯାଇନି  । ଏଥିଲାଗି  ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି କଲେଜ କର୍ମଚାରୀ ।  ତୁରନ୍ତ ବକେୟା ଦରମା ପ୍ରଦାନ କରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ, ଏ ନେଇ କେହିଁ କର୍ଣ୍ଣପାତ କରୁନଥିବା କହିଛନ୍ତି କର୍ମଚାରୀ ।  ଏନେଇ କର୍ମଚାରୀଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ବିସ୍ଫୋରକ ରୂପ ନେଇଛି  । ଶନିବାର ରାତିରେ କିଛି କର୍ମଚାରୀ ପରିଚାଳନା କମିଟି ସମ୍ପାଦକ ପ୍ରଭାତ ମହାପାତ୍ର ଓ କଲେଜ ଅଧ୍ୟକ୍ଷଙ୍କୁ ଧସ୍ତାଧସ୍ତି କରିବା ସହ ତୁରନ୍ତ ଦରମା ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଅପରପକ୍ଷରେ ଆର.ଆଇ.ଟି ଇଞ୍ଜିନିୟରିଂ କଲେଜରେ ଅଧ୍ୟାପକ ଓ  କର୍ମଚାରୀମାନଙ୍କ ବକେୟା ଥିବା ଦରମା ପ୍ରଦାନ କରିବା ପାଇଁ ଉଦ୍ୟମ ଜାରି ରହିଥିବା  ଆର.ଆଇ.ଟି ପରିଚାଳନା କମିଟି ସଭାପତି ଓ ସମ୍ପାଦକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି  । ୨୦୧୫ରୁ ୨୦୧୯ ମସିହା ପର୍ଯ୍ୟନ୍ତ କଲେଜରେ ଧିରେ ଧିରେ ଛାତ୍ରଛାତ୍ରୀଙ୍କ ଆଡମିସନ ସଂଖ୍ୟା କମୁଥିବାବେଳେ ୨୦୧୯ ମସିହାରେ ଯୁକ୍ତ ଦୁଇରେ ୧୯୨ ଜଣ ଛାତ୍ରଛାତ୍ରୀଙ୍କ ବଦଳରେ ୪ଜଣ ଆଡମିସନ କରିଛନ୍ତି । ସେହିପରି ଡିପ୍ଲୋମାରେ ୫୮୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧୪ ଜଣ ଛାତ୍ର ଛାତ୍ରୀ ଆଡମିସନ କରିଥିବାରୁ କଲେଜରେ ଆର୍ଥିକ ସମସ୍ୟା ଦେଖାଦେଇଥିବା କଲେଜ ପରିଚାଳନା କମିଟି ସମ୍ପାଦକ  ସୂଚନା ଦେଇଛନ୍ତି ।

ତେବେ କଲେଜରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା କଲେଜ ଅଧ୍ୟାପକ ଓ କର୍ମଚାରୀ ଅଭିଯୋଗ କରୁଥିଲେ ମଧ୍ୟ ଏହାକୁ ପରିଚାଳନା କମିଟି ଅଧ୍ୟକ୍ଷ ଆସ୍ୱୀକାର କରିଛନ୍ତି । ଅନ୍ୟପକ୍ଷରେ  କଲେଜର କିଛି ଜମି ବିକ୍ରି କରି ଓ ବ୍ୟାଙ୍କରୁ ଋଣ ଆଣି ବକେୟା ଥିବା ଦରମା ପ୍ରଦାନ କରାଯିବ ବୋଲି ଆର.ଆଇ.ଟି ପରିଚାଳନା କମିଟି ସମ୍ପାଦକ କହିଛନ୍ତି ।

ଆର.ଆଇ.ଟି ଇଞ୍ଜିନିୟରିଂ କଲେଜର ଶିକ୍ଷକ ଓ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ କରାଯାଉନଥିବାରୁ ଅଧ୍ୟାପକ ଓ କର୍ମଚାରୀମାନେ ପୂର୍ବରୁ ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ପରିଚାଳନା କମିଟି ସମ୍ପାଦକଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ପରିଚାଳନା କମିଟି ସମ୍ପାଦକ ପ୍ରଭାତ ମହାପାତ୍ର ରଘୁନାଥପାଲ୍ଲି ଥାନାରେ ନିଜ ପରିବାର ଓ ତାଙ୍କ ଜୀବନ ପ୍ରତି ବିପଦ ଥିବା ପୁର୍ବରୁ ଅଭିଯୋଗ କରିଛନ୍ତି  ।

ଅପରପକ୍ଷରେ କଲେଜ ଅଧ୍ୟକ୍ଷ ମନୋଜ ଜେନା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । କଲେଜ ପରିଚାଳନା କମିଟି ଅଧ୍ୟକ୍ଷଙ୍କୁ ଦେଲେ ଇସ୍ତଫାପତ୍ର ପଠାଇଥିବାବେଳେ ଇସ୍ତଫା ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି କଲେଜ ପରିଚାଳନା କମିଟି ସମ୍ପାଦକ ପ୍ରଭାତ ମହାପାତ୍ର ସୂଚନା। ')}

Leave a Reply