PMOରୁ ପି.କେ ସିହ୍ନା ଦେଲେ ଇସ୍ତଫା: ନିଯୁକ୍ତି ଦେବାକୁ ୬୦ ବର୍ଷ ପୁରୁଣା ଆଇନରେ ହୋଇଥିଲା ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ତାଙ୍କର ଜଣେ ଅତି ଘନିଷ୍ଠ ଏବଂ ପାଓ୍ୱାରଫୁଲ ଅଧିକାରୀ ଇସ୍ତଫା ଦେଇଛନ୍ତି । ୨୦୧୯ରେ ନୃପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଥିଲେ । ଏବେ ପିକେ ସିହ୍ନା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପଦରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନିଜର ଏହି ପ୍ରିୟ ସହଯୋଗୀଙ୍କୁ ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ କରିବା ନେଇ ୬୦ ବର୍ଷ ପୁରୁଣା ଆଇନରେ ପରିବର୍ତ୍ତନ କରିଥିଲେ । ଏଥିରୁ ଜଣାପଡ଼ୁଛି ପି.କେ ସିହ୍ନାଙ୍କ ଦବଦବା କେତେ ।

       ୧୯୭୭ ବ୍ୟାଚ୍‌ ୟୁପି କ୍ୟାଡରର ଆଇଏଏସ୍ ଅଧିକାରୀଥିବା ସିହ୍ନା ସେପ୍ୱେମ୍ୱର ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ନୁଯୁକ୍ତ କରାଯାଇଥିଲା । ଏହା ପୂର୍ବରୁ ତାଙ୍କୁ କିଛି ଦିନ ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ଓଏସଡି ନିଯୁକ୍ତ କରାଯାଇଥିଲା । ସିହ୍ନା ୟୁପି ସରକାରରେ ୧୦ ବର୍ଷ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟରେ କାମ କରିଛନ୍ତି । ୨୦୧୪ରେ ଏନଡିଏ ସରକାର ହେବାପରେ ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ଆସ୍ତା ବଜାୟ ରଖିଥିଲେ । ଏବଂ ଶକ୍ତି ସଚିବ ଭାବେ ତାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଶକ୍ତି ସଚିବଭାବେ ସିହ୍ନାଙ୍କ କାର୍ଯ୍ୟକଳାପ ନେଇ ପ୍ରଧାନମନ୍ତ୍ରୀ ବହୁତ ପ୍ରଭାବିତ ହୋଇଥିଲେ । ଏବଂ ୨୦୧୫ରେ ତାଙ୍କୁ କ୍ୟାବିନେଟ ସେକ୍ରେଟେରୀ ଭାବେ ନିଯୁକ୍ତ କରାଯାଇଥିଲା । ଯେ କୌଣସି ଆଇଏଏସ୍ ଅଫିସର ପାଇଁ ଏହା ତାଙ୍କ କାର୍ଯ୍ୟକାଳର ସବୁଠାରୁ ବଡ଼ ପଦବୀ ଭାବେ ବିବେଚିତ କରାଯାଏ ।୨ ବର୍ଷ ପରେ ୨୦୧୭ରେ ଯେତେବେଳେ ତାଙ୍କ କାର୍ଯ୍ୟକାଳ ପୂରା ହେଲା ସେତେବେଳେ ସରକାର ତାଙ୍କ କାର୍ଯ୍ୟକାଳକୁ ୧ ବର୍ଷ ପାଇଁ ବୃଦ୍ଧି କରିଥିଲେ । ୧ ବର୍ଷ ପରେ ପୁଣି ବର୍ଷକ ପାଇଁ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା ।  କ୍ୟାବିନେଟ ସେକ୍ରେଟାରୀ ପୋଷ୍ଟରେ ସରକାର ଚାହିଁଲେ ଜଣେ ଅଧିକାରୀଙ୍କ କାର୍ଯ୍ୟକାଳକୁ ୨ ବର୍ଷ ଯାଏଁ ବୃଦ୍ଧି କରାଯାଇପାରିବ । କ୍ୟାବିନେଟ୍ ସଚିବଭାବେ ତାଙ୍କୁ ତୃତୀୟ ଥର ପାଇଁ ୩ ମାସ ପାଇଁ କାର୍ଯ୍ୟକାଳକୁ ବୃଦ୍ଧି କରାଗଲା ।ଏଥିଲାଗି ସରକାରଙ୍କ ୬୦ ବର୍ଷ ପୁରୁଣା ଆଇନର ପରିବର୍ତ୍ତନ ଆଣିବାକୁ ପଡ଼ିଥିଲା ।

Leave a Reply