ଚାରିଥର ଭାରତ ଆସିଥିଲେ ପ୍ରିନ୍ସ ଫିଲିପ୍, ଆଉ ସବୁଥର ବିବାଦୀୟ ବୟାନ ପାଇଁ ହୋଇଥିଲେ ହଟହଟା

1 min read

ଭୁବନେଶ୍ୱର: ଆଉ ଦୁଇମାସ ପରେ ଶହେ ବର୍ଷ ଛୁଇଁଥାଆନ୍ତେ ବ୍ରିଟେନ୍ର ପ୍ରିନ୍ସ ଫିଲିପ। ହେଲେ ଦୀର୍ଘଦିନର ଶାରୀରିକ ଅସୁସ୍ଥତା ତାଙ୍କୁ ପୃଥିବୀରୁ ବିଦାୟ ଦେଇଛି। ପିଲାବେଳୁ ସଂଗ୍ରାମ ଓ ଦୁର୍ଦିନରେ ଜୀବନ ବିତାଇଥିବା ପ୍ରିନ୍ସ ଫିଲିପ୍ ଜଣେ ଖୁସ୍ ମିଜାଜର ବ୍ୟକ୍ତିତ୍ୱ ଥିଲେ ଏବଂ ନିଜ କର୍ତ୍ତବ୍ୟ ନିର୍ବାହ କରିବାରେ ଯଥେଷ୍ଟ ଯତ୍ନବାନ ଥିଲେ। ଦ୍ୱତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତ ମହାସାଗରର ଛାତି ଉପରେ ଶତ୍ରୁ ପକ୍ଷକୁ ଚକ୍ମା ଦେବାରେ ବି ସିଦ୍ଧହସ୍ତ ଥିଲେ ଫିଲିପ୍। ସେତେବେଳେ ବ୍ରିଟେନର ରାଜପରିବାର ସହ ତାଙ୍କର କୌଣସି ସମ୍ପର୍କ ନଥିଲା କିନ୍ତୁ ବ୍ରିଟେନ୍ ପାଇଁ ସେ ଯୁଦ୍ଧ ଲଢ଼ି ଅନେକ ପ୍ରଶଂସା ଗୋଟାଇଥିଲେ। ବ୍ରିଟେନ୍ ରାଜପରିବାରର ପ୍ରମୁଖ ସଦସ୍ୟ ଭାବେ ପ୍ରିନ୍ସ ଫିଲିପଙ୍କର ଭାରତ ସହ ଥିଲା ଯଥେଷ୍ଟ ଭଲ ସମ୍ପର୍କ । ସେ ତିନିଥର ଭାରତ ଆସିଥିଲେ। ଆଉ ପ୍ରତିଥର ନିଜର ବୟାନ ପାଇଁ ବିବାଦ ଘେରକୁ ବି ଆସିଥିଲେ। ଜାଣିବାକୁ ଚାହୁଁଛନ୍ତି କି ସେ ଘଟଣାବଳୀକୁ ତେବେ ଦେଖନ୍ତୁ ସମ୍ପୂଣ୍ଣ ରିପୋର୍ଟ।

ସବୁଠାରୁ ଲମ୍ବା ସମୟ ଧରି ବ୍ରିଟେନ୍ ରାଣୀଙ୍କ ସହଯୋଗୀ ତଥା ପ୍ରିନ୍ସ ଭାବେ କାର୍ଯ୍ୟ କରିଥିବା ପ୍ରିନ୍ସ ଫିଲିପ୍ ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ସହ ଚାରିଥର ଭାରତ ଆସିଛନ୍ତି। ପ୍ରଥମଥର ସେ ୧୯୫୯ରେ ଭାରତ ଆସିଥିଲେ। ଭାରତରେ ତାଙ୍କ ରହଣୀ ଓ ରାଜା ମହାରାଜାଙ୍କ ଆତିଥ୍ୟ ଗ୍ରହଣ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା। ସେହିପରି ୧୯୬୧, ୧୯୮୩ ଏବଂ ୧୯୯୭ରେ ମଧ୍ୟ ସେ ଭାରତ ଆସିଥିଲେ। ନିଜର ବିନମ୍ର ଭାବ ତଥା ହସ-ଖୁସିଆ ସ୍ୱାଭାବ ଲାଗି ପରିଚିତ ଥିବା ପ୍ରିନ୍ସ ଫିଲିପ୍ କିନ୍ତୁ ଏଠାରେ ନିଜର ହାଲୁକା ବୟାନ ପାଇଁ ଗଣମାଧ୍ୟମରେ ଚର୍ଚିତ ହୋଇଥିଲେ।

ପ୍ରଥମ ଭାରତ ଗସ୍ତ ବେଳେ ପ୍ରିନ୍ସ ଫିଲିପଙ୍କର ଗୋଟିଏ ଫଟୋ ଜନମାନସ ଉପରେ ପ୍ରଭାବ ପକାଇଥିଲା। ଏହି ଫଟୋ  ସେ ଜୟପୁରର ମାହାରାଜା ଏବଂ ମହାରାଣୀଙ୍କ ସହ ଉଠାଇଥିଲେ । କିନ୍ତୁ ପାଖରେ ଥିଲା ଏକ ମହାବଳ ବାଘର ମୃତ ଦେହ। ଏହି ବାଘକୁ ସେ ଶିକାର କରିଥିବା ପ୍ରଚାର ହୋଇଥିଲା। ଏହି ଫଟୋଟି ତାଙ୍କୁ ପ୍ରାଣୀ ବିରୋଧୀ ବୋଲି ପ୍ରକାଶ କରାଇଥିଲା। ଏହି ଘଟଣା ପ୍ରିନ୍ସଙ୍କ ଉପରେ ବି ପ୍ରଭାବ ପାକାଇଥିଲା। ପରବର୍ତ୍ତୀ ସମୟରେ ସେ  ଜଣେ ପ୍ରାଣୀପ୍ରେମୀ ପାଲଟିଥିଲେ। ପରିବେଶ ସୁରକ୍ଷା ପାଇଁ ଅଭିଯାନ ଆରମ୍ଭ କରିଥିଲେ। ବ୍ରିଟେନ୍ରେ ଥିବା ବିଶ୍ୱ ବନ୍ୟପ୍ରାଣୀ ପାଣ୍ଠିର ସେ ଅଧ୍ୟକ୍ଷ ବି ପାଲଟିଥିଲେ।

ସେହିପରି ଆଉ ଏକ ବିବାଦୀୟ ଗସ୍ତ ତାଙ୍କର ଶେଷ ଭାରତଗସ୍ତ ଥିଲା। ୧୯୯୭ରେ ସେ ଭାରତ ଆସିଥିଲେ। ଭାରତର ୫୦ତମ ସ୍ବାଧୀନତା ଦିବସରେ ଅତିଥିହୋଇ ଆସିଥିବା ଫିଲିପ୍ ପଞ୍ଜାବରର ଜାଲିୱାନାୱାଲା ବାଗ୍ ଠାରେ ସ୍ମୃତିଫଳକ ସ୍ଥାପନ କରଥିଲେ। ୧୯୧୯ ରେ ଯେତେବେଳେ  ଏଠାରେ ବ୍ରିଟିଶ୍ ଶାସନ ଥିଲା ସେତେବେଳେ ଇରେଜ ସେନାର ଜେନେରାଲ୍ ଡାୟାରଙ୍କ ନେତୃତ୍ବରେ ଗୁଳି ଚଳାଯିବାରୁ ଏଠାରେ ସମାଗମ ହୋଇଥିବା ପ୍ରାୟ ୨ହଜାର ଲୋକଙ୍କ ଜୀବନ ଯାଇଥିଲା। ଏହା ରକ୍ତର କୂଅ ପରି ଦେଖାଯାଉଥିଲା। ଏହି କଥାକୁ ଶୁଣି ହତବାକ ହୋଇଥିଲେ। ଏପରିକି ନିଜ ପ୍ରତିକ୍ରିୟାରେ ଏତେ  ସଂଖ୍ୟଙ୍କ ଲୋକଙ୍କ ମୃତ୍ୟୁ ହୋଇ ନଥାଇପାରେ ବୋଲି କହି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏପରିକି ସେ କହିଥିଲେ ଯେ ଏହି କଥା ଭୁଲ୍। କାରଣ ସେ ଜେନେରାଲ୍ ଡାୟରଙ୍କ ପୁଅଙ୍କ ସହ ନେଭିରେ କାମ କରିଛନ୍ତି। ଏହା ସେ କେବେ ଶୁଣି ନାହାନ୍ତି।

ଭାରତୀୟଙ୍କ ପ୍ରତି ତାଙ୍କର ହାଲୁକା ମନ୍ତବ୍ୟ ଅନେକ ସମୟରେ ଚର୍ଚା ସୃଷ୍ଟି କରିଥିଲା। ଏଡେନବର୍ଗରେ ଏକ ଫ୍ୟାକ୍ଟ୍ରି ପରିଦର୍ଶନରେ ଆସିଥିବାବେଳେ ଫିଲିପ୍ ଏକ ପୁରୁଣା ଫ୍ୟୁଜ୍ ବକ୍ସ ଦେଖିଥିଲେ ଆଉ ଏହାକୁ ଦେଖି କହିଥିଲେ: ଏହିପରି ଫ୍ୟୁଜ୍ ବକ୍ସ ଦେଖି ଲାଗୁଛି କେହି ଜଣେ  ଭାରତୀୟ ଏହାକୁ ଏଠାରେ ଲଗାଇଛନ୍ତି।

Leave a Reply