ଅରଟରେ ସୂତା କାଟିଲେ ବୋରିସ୍

ନୂଆଦିଲ୍ଲୀ: ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଆଜି ସକାଳେ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ଜନସନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିମାନ ବନ୍ଦରରୁ ବାହାରି ଅହମ୍ମଦାବାଦସ୍ଥିତ ସାବରବତି ଆଶ୍ରମରେ ପହଞ୍ଚିଥିଲେ । ସେଠାରେ ଗାନ୍ଧିଜୀଙ୍କ ଅରଟ ଚଲାଇ ସୂତା କାଟିଥିଲେ ।

ଏହାପରେ ସେ ଆଦାନି ଶାନ୍ତିଗ୍ରାମଠାରେ ପହଞ୍ଚି ଉଦ୍ୟୋଗପତି ଗୗତମ ଆାଦିନଙ୍କୁ ଭେଟିବେ । ଏହା ପରେ ଗୁଜରାଟ ବାୟୋଟେକ୍ନୋଲୋଜି ବିଶ୍ବବିଦ୍ୟାଳୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗୁଜରାଟର ଦୁଗ୍ଧ ଚାଷୀ ଓ ବ୍ୟବସାୟୀଙ୍କ ସହ ମଧ୍ୟ ଜନସନ୍ ଆଲୋଚନା କରିବେ । ଏହି ଗସ୍ତ ସମୟରେ ସ୍ବାସ୍ଥ୍ୟରୁ ସଫ୍ଟଓୟାର କ୍ଷେତ୍ରରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକାଧିକ ଦ୍ବିପାକ୍ଷିକ ରାଜିନାମା ସ୍ବାକ୍ଷରିତ ହେବ ।

ଉଭୟ ଦେଶ ମଧ୍ୟରେ ୧ ବିଲିୟନ ଡଲାରରର ଚୁକ୍ତି ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଋଷ – ୟୁକ୍ରେନ ଯୁଦ୍ଧ ଓ ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଉଭୟପକ୍ଷ ଆଲୋଚନା କରିବେ । ଆସନ୍ତାକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାମରିକ ଓ ଅର୍ଥନୈତିକ ପ୍ରସଙ୍ଗରେ ଆଲୋଚନା କରିବେ ପ୍ରତିପକ୍ଷ ବୋରିସ୍ ଜନସନ୍ । ଦିଲ୍ଲୀରେ ସେ ଅକ୍ଷରଧାମ ମନ୍ଦିର ବୁଲିଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ବ୍ରିଟନରେ ସକ୍ରିୟ ଥିବା ଖଲିସ୍ଥାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି ରଖିବ ନୂଆଦିଲ୍ଲୀ ।