ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, ପ୍ରଶଂସା କଲେ ଧର୍ମେନ୍ଦ୍ର

1 min read

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପଞ୍ଜାବରେ ଦେଖାଦେଇଥିବା ତ୍ରୁଟିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ଜଣେ ବ୍ୟକ୍ତି ନୁହଁନ୍ତି  ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକ ଅନୁଷ୍ଠାନ  ।  ପ୍ରତ୍ୟେକ ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ହେଉଛି ପ୍ରଧାନମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା  । ଏହି ସଂସ୍ଥାର ଗାରିମାକୁ ବଜାୟ ରଖିବା ପ୍ରତ୍ୟେକ ସରକାରଙ୍କ କାର୍ତ୍ତବ୍ୟ ବୋଲି ସାମାଜିକ ଗଣମାଧ୍ୟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବାୀନ ପଟ୍ଟନାୟକ  ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆମର ଗଣତନ୍ତ୍ରରେ ଏହାର ବିପରୀତ ଘଟଣା ଘଟିବା ଗ୍ରହଣୀୟ ନୁହେଁ  । ସୁରକ୍ଷା ବ୍ୟବସ୍ଥାକୁ ଢିଲା କରିବା  ସ୍ୱିକାରଯୋଗ୍ୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ସେପଟେ ନବୀନଙ୍କ ଏହି ଟୁଇଟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଚ୍ଚସିତ ପ୍ରଶଂସା କରିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟକୁ ରିଟ୍ୱିଟ କରି ଧର୍ମେନ୍ଦ୍ର କହିଛନ୍ତି ଭାରତର ଗଣତନ୍ତ୍ର ଏମିତି କାର୍ଯ୍ୟ କରିବା ଉଚିତ୍ । ଆମର ବିଚାରଧାରାରେ ଭିନ୍ନତା ରହିଥାଇପାରେ  । ମତାମତରେ ସମାନତା ନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ବିପଦରେ ପକାଇ ପାରିବା ନାହିଁ ।

ନବୀନଙ୍କ ଏପରି ପ୍ରତିକ୍ରିୟାକୁ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହା ସଭିଙ୍କ ପ୍ରେରଣା  । ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଅନୁଶୀଳନ ଓ ଅନୁକରଣୀୟ  ।   ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଚଟ କରିଛନ୍ତି  । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଦେଶରେ ଜଣେ ନିରବ ନାୟକ ହବୋଲି ପୁଣି ଥରେ ପ୍ରମାଣିତ କରିଛନ୍ତି  । ସର୍ବଦା ଗଣତନ୍ତ୍ରକୁ ସମ୍ମାନ ଦେଇ ଆସିଥିବା ନବୀନଙ୍କ ବିଚାର ପୁଣି ଥରେ ଦେଶବାସୀଙ୍କ ଆଗରେ ପ୍ରତିପାଦିତ ହୋଇଛି  ।

Leave a Reply