ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

1 min read

ଭୁବନେଶ୍ୱର: ବାତ୍ୟା ପ୍ରଭାବତ ଅଞ୍ଚଳ ପରିଦର୍ଶନ ନେଇ ଶୁକ୍ରବାର ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ବାତ୍ୟା କ୍ଷୟକ୍ଷତିର ଆକଳନ କରିବା ସହ ଆକାଶମାର୍ଗରୁ କରିବେ ସ୍ଥିତିର ଅନୁଧ୍ୟାନ । ଦିନ ୧୧ଟାରେ କ୍ଷୟକ୍ଷତି ଆକଳନ ନେଇ ଏକ ବୈଠକରେ ଯୋଗ ଦେବେ  । ଏନେଇ ବିମାନବନ୍ଦରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-T ସଚିବ ଭି.କେ ପାଣ୍ଡିଆନ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପହଞ୍ଚିଲେ । ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ଡିଜି ଅଭୟ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ, ଏସଆରସି ପ୍ରଦୀପ ଜେନା । ବାତ୍ୟାରେ ରାଜ୍ୟରେ କ’ଣ କ୍ଷତି ହୋଇଛି ସେ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ  ।

ଏହାପରେ ୧୨ଟା ୧୫ ମିନିଟରେ ବିମାନ ଯୋଗେ ଆକାଶମାର୍ଗରୁ ବାତ୍ୟା ଓ ବନ୍ୟାଞ୍ଚଳର ଅନୁଧ୍ୟାନ କରିବେ । ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଓ ବାଲେଶ୍ବରରେ ସ୍ଥିତି ଅନୁଧ୍ୟାନ କରିବେ  । ପରେ ଆକାଶ ମାର୍ଗରୁ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁରର ସ୍ଥିତି ପରଖିବା ସହ ପଶ୍ଚିମବଙ୍ଗରେ ଏକ ବୈଠକ କରିବେ ପ୍ରଧାନମନ୍ତ୍ରୀ  । ବାତ୍ୟା ୟାସ୍ ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି  ।  ସ୍ବତନ୍ତ୍ର ପ୍ୟାକେଜ୍ ନେଇ ଓଡ଼ିଶା ସରକାର ନିଶ୍ଚିତ ଭାବରେ କେନ୍ଦ୍ର ପାଖରେ ଦାବି ରଖିବାକୁ ଦଳ ପକ୍ଷରୁ କୁହାଯାଇଛି  ।

Leave a Reply