ମିହିର ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
1 min readନୂଆଦିଲ୍ଲୀ: ପରଲୋକରେ ବର୍ଷିଆନ ଓଡ଼ିଆ ଅଭିନେତା ମିହିର ଦାସ୍ । ସମସ୍ତଙ୍କୁ କନ୍ଦାଇ, ଚାଲିଗଲେ ମିହିର । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମିହିର ଦାସ । ଏକାଧିକ ରୋଗରେ ପୀଡିତ ଥିଲେ ଓଡ଼ିଆ ସିନେମା ଜଗତର ଏହି ବେତାଜ୍ ବାଦଶାହା । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇପାରିନଥିଲା । ମିହିର ଦାସଙ୍କ ମୃତ୍ୟୁ ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।
Saddened by the demise of noted Odia actor Shri Mihir Das Ji. During his long film career, he won many hearts thanks to his creative performances. My thoughts are with his family and admirers. Om Shanti: PM @narendramodi
— PMO India (@PMOIndia) January 11, 2022
ମିହିର ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଟ୍ୱିଟ କରି ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ମିହିର ଦାସ ତାଙ୍କ କ୍ୟାରିୟରରେ ଅଭିନୟରେ ଅନେକଙ୍କ ହୃଦୟ ଜିତିଛନ୍ତି । ତାଙ୍କ ବିୟୋଗରେ କଳା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ହୋଇଛି । ଏଥିସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସୂଚନା ଅନୁସାରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଗତକାଲି ତାଙ୍କର ବିୟୋଗ ହୋଇଥିଲା । ୧୯୫୯ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ସେ ଜନ୍ମ ହୋଇଥିଲେ । ହିରୋ, ଭିଲେନ୍, କମେଡିଆନ ସବୁ ଅଭିନୟରେ ମାହିର୍ ଥିଲେ ମିହିର । ୧୨୦ରୁ ଅଧିକ ଫିଲ୍ମ ଓ ଅନେକ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ ମିହିର ଦାସ । ୧୯୭୯ ମସିହାରେ ସିନେମା ମଥୁରା ବିଜୟରୁ ଫିଲ୍ମ ଜଗତରେ ପାଦ ଥାପିଥିଲେ ଏହି ଅଭିନେତା ।