ଖୋଲିଲା କର୍ତ୍ତାରପୁର କରିଡର୍‌: ଦର୍ଶନ ପାଇଁ ଗଲେ ୫୦୦ ତୀର୍ଥଯାତ୍ରୀ

1 min read

ନୂଆଦିଲ୍ଲୀ: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ତ୍ତାରପୁର କରିଡ଼ରର ଉଦ୍‌ଘାଟନ କରିଛନ୍ତି। ଏହାର ଉଦ୍‌ଘାଟନ ପରେ ଦେଶର ଶିଖ୍‌ ଧର୍ମାବଲମ୍ୱୀମାନେ ଗୁରୁ ନାନକଙ୍କ ପବିତ୍ରସ୍ଥଳୀ ଦରବାର ସାହିବକୁ ଦର୍ଶନ କରିବା ପାଇଁ ଯିବା ସୁବିଧା ହୋଇଛି । ପ୍ରଥମ ଥର ପାଇଁ ପ୍ରାୟ  ୫୦୦ ଜଣ ତୀର୍ଥଯାତ୍ରୀଙ୍କ ବ୍ୟାଚ୍‌ ପାକିସ୍ତାନ ଅଧିକୃତ ପଞ୍ଜାବର ଗୁରୁଦ୍ୱାର ଦରବାର ସାହିବକୁ ଦର୍ଶନ ପାଇଁ ଯାଇଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବ ସରକାର, ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଭାରତୀୟ ଶ୍ରଦ୍ଧାଳୁଙ୍କ ଆବେଗକୁ ଇମ୍ରାନ୍ ସମ୍ମାନ ଦେଇଥିବାରୁ ମୋଦି ଏହି ଧନ୍ୟବାଦ ଦେଇଛନ୍ତି। ଏଥିସହ ପଞ୍ଜାବ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ପାସେଞ୍ଜର ଟର୍ମିନାଲର ମଧ୍ୟ ଉଦ୍‌ଘାଟନ କରିଛନ୍ତି ମୋଦି  ।

ଗୁରୁଦାସପୁରରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ସମ୍ୱୋଧିତ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଶଖ୍‌ ଧର୍ମଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ ପୂର୍ବରୁ ପବିତ୍ର ଭୂମି କର୍ତ୍ତାରପୁର କରିଡ଼ର ଉଦଘାଟନ ହେବା ମୋ ପାଇଁ ବହୁତ ଖୁସିର ବିଷୟ।  ଗୁରୁ ନାନକ କେବଳ ଭାରତୀୟ ଶିଖ ସମାଜର ଗୁରୁ ନୁହନ୍ତି ବରଂ ମାନବ ଜାତି ପାଇଁ ପ୍ରେରଣାର ଉତ୍ସ ବୋଲି ମୋଦି କହିଛନ୍ତି। ଏହି ଅବସରରେ ଇଣ୍ଟିଗ୍ରେଟେଡ ଚେକ ପୋଷ୍ଟର ଉଦଘାଟନ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ। ')}

Leave a Reply