ମେ’ ୩କୁ ବୃଦ୍ଧି ପାଇଲା ଲକଡାଇନ: କରୋନା ଯୁଦ୍ଧରେ ୭ଟି ଜିନିଷରେ ଦୋଶବାସୀଙ୍କ ସହଯୋଗ ଲୋଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧରେ ଚାଲିଥିବା ଯୁଦ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ’ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିତୁ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ଭୋଧନ ଜଣାଇ କହିଛନ୍ତି, ‘ବନ୍ଧୁଗଣ, ସମସ୍ତ ପରାମର୍ଶକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଆଯାଇଛି ଯେ ବର୍ତ୍ତମାନ ଭାରତରେ ଲକଡାଇନକୁ ଆସନ୍ତା ମେ’ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ହେବ। ଏହି ସମୟ ମଧ୍ୟରେ, ଆମେ ଯେପରି ନିୟମକୁ ମାନୁଥିଲୁ ସେହିଭଳି ଅନୁଶାସନକୁ ଅନୁସରଣ କରିବାକୁ ପଡ଼ିବ | ମୋର ସମସ୍ତ ଦେଶବାସୀଙ୍କୁ ମୋର ଅନୁରୋଧ ଯେ ବର୍ତ୍ତମାନ କରୋନାକୁ ଆମେ କୌଣସି ମତେ ନୂତନ ଅଞ୍ଚଳରେ ବିସ୍ତାର ହେବାକୁ ଦେବାନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆମକୁ ଧୌର୍ଯ୍ୟ ବଜାୟ ରଖିବାକୁ ପଡ଼ିବ, ଯଦି ଆମେ ନିୟମ ମାନିବା ତେବେ ଆମେ କରୋନା ଭଳି ମହାମାରୀକୁ ପରାସ୍ତ କରିବାକୁ ସମର୍ଥ ହେବା। ଏହି ବିଶ୍ୱାସ ସହିତ ଶେଷରେ ସେ ୭ ଟି ଜିନିଷରେ ଦେଶବାସୀଙ୍କ ସମର୍ଥନ ମାଗିଛନ୍ତି ।

୧. ଆପଣଙ୍କ ଘରେ ରହୁଥିବା ବୃଦ୍ଧ ମାନଙ୍କର ବିଶେଷ ଯତ୍ନ ନିଅନ୍ତୁ, ବିଶେଷତଃ ଯେଉଁମାନଙ୍କର ଦୀର୍ଘସ୍ଥାୟୀ ପୁରୁଣା ରୋଗ ରହିଛି, ସେମାନଙ୍କ ଅତିରିକ୍ତ ଯତ୍ନ ନେବାକୁ ପଡିବ, ସେମାନଙ୍କୁ କରୋନା ଠାରୁ ସୁରକ୍ଷିତ ରଖନ୍ତୁ ।

୨. ଲକଡାଉନ୍ ଏବଂ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରନ୍ତୁ, ମୁଖ୍ୟତଃ ଘରେ ନିର୍ମିତ ଫେସକଭର କିମ୍ବା ମାସ୍କ ବ୍ୟବହାର କରନ୍ତୁ ।

୩. ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ, ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶଗୁଡିକ ଅନୁସରଣ କରନ୍ତୁ, ପାଣିକୁ ଫୁଟାଇ ପିଅନ୍ତୁ ।

୪. କରୋନା ସଂକ୍ରମଣର ବିସ୍ତାରକୁ ରୋକିବାରେ ସାହାଯ୍ୟ କରିବା ପାଇଁ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ଏହି ଆପ୍ ଡାଉନଲୋଡ କରିବା ପାଇଁ କୁହନ୍ତୁ ।

୫. ଯଥାସମ୍ଭବ ଗରିବ ପରିବାରର ଯତ୍ନ ନିଅନ୍ତୁ, ସେମାନଙ୍କର ଖାଦ୍ୟ ଆବଶ୍ୟକତାକୁ ଯଥା ସମ୍ଭବ ପୂରଣ କରିବାକୁ ଚେଷ୍ଟା କରନ୍ତୁ ।

୬. ଆପଣଙ୍କ ବ୍ୟବସାୟ କିମ୍ବା ଇଣ୍ଡଷ୍ଟ୍ରିରେ କାମ କରୁଥିବା ଲୋକଙ୍କ ପ୍ରତି ସମ୍ବେଦନ ମନୋଭାବ ରଖନ୍ତୁ । କାହାକୁ ଚାକିରିରୁ ବହିଷ୍କାର କରନ୍ତୁ ନାହିଁ ।

୭. ଦେଶର କରୋନା ଯୋଦ୍ଧା, ଆମର ଡାକ୍ତର, ନର୍ସ, ସ୍କାଭେଞ୍ଜର, ପୋଲିସ୍ ମାନଙ୍କୁ ପୂର୍ଣ୍ଣ ସମ୍ମାନ ଦିଅନ୍ତୁ ।

Leave a Reply