ଆଡଭାନୀଙ୍କ ଘରକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
1 min readନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ଭିତ୍ତିପ୍ରସ୍ତର ସ୍ଥାପନ କରିବାରେ ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କ ମୁଖ୍ୟ ଭୂମିକା ରହିଛି । ଆଜି ତାଙ୍କର ୯୩ ତମ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏଲ.କେ ଆଡଭାନୀ ଦଳର ଲକ୍ଷ ଲକ୍ଷ କର୍ମୀ ତଥା ଦେଶବାସୀଙ୍କ ପାଇଁ ପ୍ରତ୍ୟକ୍ଷ ପ୍ରେରଣାର ସ୍ରୋତ ।
Delhi: Prime Minister Narendra Modi meets senior BJP leader Lal Krishna Advani at latter's residence on his birthday today.
Union Home Minister Amit Shah and BJP President JP Nadda also present. https://t.co/RVEDaIzhqj pic.twitter.com/81Nxt6MQLC
— ANI (@ANI) November 8, 2020
ଏଲ.କେ ଆଡଭାନୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଲେଖିଛନ୍ତି ଯେ, ବିଜେପିକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶ୍ରୀ ଏଲ.କେ ଆଡଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଲକ୍ଷ ଲକ୍ଷ ଦଳୀୟ କର୍ମୀ ତଥା ଦେଶବାସୀଙ୍କ ପାଇଁ ସେ ପ୍ରତ୍ୟକ୍ଷ ପ୍ରେରଣା । ମୁଁ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପ୍ରାର୍ଥନା କରୁଛି ।
भाजपा को जन-जन तक पहुंचाने के साथ देश के विकास में अहम भूमिका निभाने वाले श्रद्धेय श्री लालकृष्ण आडवाणी जी को जन्मदिन की बहुत-बहुत बधाई। वे पार्टी के करोड़ों कार्यकर्ताओं के साथ ही देशवासियों के प्रत्यक्ष प्रेरणास्रोत हैं। मैं उनकी लंबी आयु और स्वस्थ जीवन की प्रार्थना करता हूं।
— Narendra Modi (@narendramodi) November 8, 2020
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଅନେକ ବିଜେପି ନେତା ଏଲ.କେ ଆଡଭାନୀଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଅଭିନନ୍ଦନ ଜଣାଇ ଲେଖିଛନ୍ତି- ଜନସଂଘ, ବିଜେପିର ମହାନ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଶ୍ରୀ ଏଲ.କେ ଆଡଭାନୀ ସୁସ୍ଥ ରୁହନ୍ତୁ । ତାଙ୍କ ଜନ୍ମଦିନରେ ଅବସରରେ ତାଙ୍କୁ ଅନେକ ଶୁଭେଚ୍ଛା । ଏଥିସହ ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ଆଡଭାନୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଭାରତର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ତଥା ଆମର ମାର୍ଗଦର୍ଶକ ଶ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।
आदरणीय आडवाणी जी ने अपने परिश्रम और निस्वार्थ सेवाभाव से न सिर्फ देश के विकास में अहम योगदान दिया बल्कि भाजपा की राष्ट्रवादी विचारधारा के विस्तार में भी मुख्य भूमिका निभाई।
उनके जन्मदिन पर उन्हें शुभकामनाएँ देता हूँ और ईश्वर से उनके अच्छे स्वास्थ्य व दीर्घायु की कामना करता हूँ।
— Amit Shah (Modi Ka Parivar) (@AmitShah) November 8, 2020
ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଶାହ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି- ‘ସମ୍ମାନିତ ଆଡଭାନୀ ଜୀ ନିଜର ପରିଶ୍ରମ ଏବଂ ନିସ୍ୱାର୍ଥପର ସେବା ଦ୍ୱାରା ଦେଶର ବିକାଶରେ କେବଳ ସହଯୋଗ କରିନାହାଁନ୍ତି ବରଂ ବିଜେପିର ରାଷ୍ଟ୍ରବାଦୀ ବିଚାଧାରାର ବିସ୍ତାରରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମୁଁ ତାଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଭଗବାନ ପାଖରେ ତାଙ୍କର ଦୀର୍ଘାୟୁ କାମନା କରୁଛି ।’