ଟ୍ବିଟରରେ ନବୀନଙ୍କୁ ଶୁଭେଚ୍ଛାର ସୁଅ, ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଏହି ଦିନକୁ ବିଜେଡି କର୍ମୀମାନେ ଉତ୍ସବ ଭଳି ପାଳନ କରୁଛନ୍ତି । ରାଜ୍ୟର କୋଣ ଅନୁକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କେଉଁଠି ରକ୍ତଦାନ ଶିବିର ହେଉଛି ତ କେଉଁଠି ବୃ’ରୋପଣ କରାଯାଉଛି । କେଉଁଠି ସଫେଇ ଚାଲିଛି ତ କେଉଁଠି ମନ୍ଦିରକୁ ଯାଇ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରି ଲୋକେ ଦୀପଦାନ କରାଯାଉଛି । କେବଳ ଓଡ଼ିଶାରେ ନୁହେଁ, ଟ୍ବିଟରରେ ବି ଚାଲିଛି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ପ୍ରଦାନ ।

ସୋସିଆଲ ମିଡିଆରେ ସମସ୍ତେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ନୂଆ ଓଡ଼ିଶାର ରୂପକାର , କଳା ସଂସ୍କୃତି ଓ ଐତିହ୍ୟର ରକ୍ଷକ ସମସ୍ତଙ୍କ ପ୍ରୀୟ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ଉଲ୍ଲେଖ କରି ଟ୍ବିଟ୍ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ରାଜ୍ୟସଭା ସାଂସଦ ମାନସ ସଙ୍ଗରାଜ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ବରିଷ୍ଠ, ନେତା ନୁହନ୍ତି ସେ ଜଣେ ଅନୁଷ୍ଠାନ । ସାଢ଼େ ୪କୋଟି ଓଡ଼ିଆଙ୍କ ପ୍ରୀୟ ମୁଖ୍ୟମନ୍ତ୍ରୀ ଯାହାଙ୍କ କାମ ଏବେ ଦେଶ ତଥା ବିଶ୍ବରେ ତାଙ୍କୁ ସ୍ବତନ୍ତ୍ର କରି ଠିଆ କରିଛି ବୋଲି ସସ୍ମିତ ଉଲ୍ଲେଖ କରିଛନ୍ତି ।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତାଙ୍କ ଦୃଢ଼ ନେତୃତ୍ବ ଓ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସଙ୍କଳ୍ପବଦ୍ଧ ଉଦ୍ୟମ ପାଇଁ ପ୍ରେରଣା ଯୋଗାଉଛି ବୋଲି କହିଛନ୍ତି ।

ପ୍ରତାପ ଜେନା ମଧ୍ୟ ନବୀନଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଦୀର୍ଘ ଜୀବନ ସହ ଉତ୍ତମ ସ୍ବାସ୍ଥ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ମଧ୍ୟ ଟ୍ବିଟ୍ କରି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରହ୍ଲାଦ ଯୋଶୀ ଏବଂ ଦିଲ୍ଲୀପ ରାୟ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।