spot_img

Latest Posts

ପାକିସ୍ତାନୀ ହିନ୍ଦୁଙ୍କ ପାଇଁ ବଡ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନୀ ହିନ୍ଦୁଙ୍କ ଇଚ୍ଛା ପୂରଣ କରିବାକୁ ହାତ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ହିନ୍ଦୁ ଋତୀ ଅନୁସାରେ ଲୋକମାନେ ମୃତ୍ୟୁବରଣ କଲେ ତାଙ୍କ ଅସ୍ତିକୁ ପବିତ୍ର ଗଙ୍ଗା ନଦୀରେ ବିସର୍ଜନ କଲେ ମୋକ୍ଷ ମିଳିଥାଏ। ବାସ୍ତବରେ ପାକିସ୍ତାନରେ ରହୁଥିବା ହିନ୍ଦୁ ବାସିନ୍ଦାଙ୍କ ଇଚ୍ଛା ଥାଏ କି, ମୃତ୍ୟୁ ପରେ ତାଙ୍କ ଅସ୍ତି ପବିତ୍ର ଗଙ୍ଗା ନଦୀରେ ବିସର୍ଜନ ହେଉ । କିନ୍ତୁ ସେଠାରେ ବାସ କରୁଥିବା ହିନ୍ଦୁ ପରିବାରଙ୍କ ଲାଗି ଏହା ସମ୍ଭବ ହୋଇନଥାଏ। ସେମାନେ ଅସ୍ତି ସହ ପାକିସ୍ତାନରୁ ଭାରତ ଯାତ୍ରା କରିବାରେ ଅସଫଳ ହୋଇଥାନ୍ତି। ଏନେଇ ମୋଦି ସରକାର ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଯେଉଁଥିରେ ପାକିସ୍ତାନୀ ହିନ୍ଦୁମାନେ ଅସ୍ତି ସହ ଭାରତକୁ ଆସି ଉତ୍ତରାଖଣ୍ଡ ହରିଦ୍ୱାରରେ ଧାର୍ମିକ ପ୍ରକ୍ରିୟା ଅନୁଶାରେ ବିସର୍ଜନ କରିପାରିବେ।

ନରେନ୍ଦ୍ର ମୋଦି ସରକାରଙ୍କ ସ୍ପନ୍ସରସିପ୍ ପଲିସିର ସଂଶୋଧନ ହେବାପରେ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଯେଉଁଥିରେ କି, ୪୨୬ ଜଣ ପାକିସ୍ତାନୀ ହିନ୍ଦୁ ନିଜ ପରିବାରର ମୃତ ସଦସ୍ୟଙ୍କ ଅସ୍ତି ଆଣି ହରିଦ୍ୱାରର ପବିତ୍ର ଗଙ୍ଗା ନଦୀରେ ବିସର୍ଜନ କରିପାରିବେ ।

ପାକିସ୍ତାନୀ ହିନ୍ଦୁ ଶ୍ରଦ୍ଧାଳୁମାନଙ୍କୁ ଭାରତକୁ ଆସିବା ପାଇଁ ବିନା ପ୍ରାୟୋଜନରେ ଅନୁମତି ଦିଆଯାଉନଥିଲା । ବର୍ତ୍ତମାନ ନରେନ୍ଦ୍ର ମୋଦି ସରକାର ସେଇ ସବୁ ହିନ୍ଦୁ ପରିବାରଙ୍କୁ ୧୦ ଦିନର ଭାରତୀୟ ଭିସା ଯୋଗାଇ ଦେବେ, ଯେଉଁମାନେ ନିଜ ପରିବାର ସଦସ୍ୟଙ୍କ ଅସ୍ତିକୁ ଗଙ୍ଗା ନଦୀରେ ବସର୍ଜନ କରିବାକୁ ଚାହୁଁଛନ୍ତି।

 

Latest Posts

Don't Miss