ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

1 min read

ନୂଆଦିଲ୍ଲୀ: ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶବାସୀ ନବୀକରଣ ଶକ୍ତିକୁ ବ୍ୟବହାର କରି ଆଗକୁ ବଢ଼ିବେ ଯାହା ଦ୍ୱାରା ଦେଶ ପ୍ରଗତି ଆଡ଼କୁ ଆହୁରି ଆଗେଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି । କରୋନା ମହାମାରୀ ସମୟରେ ଦେଶ ବହୁ ସମସ୍ୟା ଦେଇ ଗତି କରିଥିବା ବେଳେ ଏହା ଦେଶକୁ ଆହୁରି ସୁଦୃଢ଼ କରିଥିବା ନିଜ ଟ୍ୱିଟ୍‌ରେ କହିଛନ୍ତି ରାଷ୍ଟ୍ରପତି ।

          ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ନବ ବର୍ଷର ଶୁଭକାମନା ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କରୋନା କାଳରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀଙ୍କ ସମତେ ସମସ୍ତ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ କାର୍ଯ୍ୟକୁ ମନେ ପକାଇଛନ୍ତି । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଫାର୍ମାସିଷ୍ଟ ସମେତ ସମସ୍ତ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଗୁଜୁରାଟ ରାଜକୋଟରେ ଏମ୍ସର ହସ୍ପିଟାଲର ଶିଳାନ୍ୟାସ ଅବସରରେ ଯୋଗଦେଇ କରୋନା ସତର୍କତା ନେଇ ଦେଶବାସୀଙ୍କୁ ଅପିଲ କରିଥିଲେ । ସେ କହିଥିଲେ ଦବାଇ  ବି ଓର କଡ଼ାଇ ବି (ଔଷଧ ଆସିଲେ ମଧ୍ୟ କରୋନା ନେଇ ଢିଲା ମନୋଭାବ ଆପଣାଇବା ନାହିଁ) ତେବେ ପ୍ରଧାନମନ୍ତ୍ରୀ ପୂର୍ବରୁ ଦବାଇ ନହି ତେ ଢିଲାଇ ନହିଁ (ଔଷଧ ନାହିଁ ତ ଢିଲାପଣ ନାହିଁ) ବୋଲି କହିଥିଲେ । କିନ୍ତୁ ସେ ‘ଦବାଇ  ବି ଓର କଡ଼ାଇ ବି’କୁ ନୂଆ ବର୍ଷର ନୂଆ ମନ୍ତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହି ଅବସରରେ କରୋନା ମହାମାରୀରେ ପ୍ରାଣବଳି ଦେଇଥିବା ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ।

 

Leave a Reply