୯ ନଭେମ୍ବର ନେଇ ପ୍ରଧାନମନ୍ତ୍ରୀ କହିଲେ ଏମିତି କଥା

1 min read

ନୂଆଦିଲ୍ଲୀ: ୯ ନଭେମ୍ୱରରେ ଅଯୋଧ୍ୟା ମାମଲାର ରାୟ ଆସିଛି । ଆଜି କର୍ତ୍ତାରପୁର କରିଡ଼ର ମଧ୍ୟ ଖୋଲିଯାଇଛି। ୯ ନଭେମ୍ୱର ଆମକୁ ଏକଜୁଟ୍ ହୋଇ ରହିବାର ବାର୍ତ୍ତା ଦେଉଛି । ସୁପ୍ରିମକୋର୍ଟଙ୍କ ରାୟ ନୂଆ ସକାଳ ଆଣି ଆସିଛି । ସମସ୍ତଙ୍କୁ ନୂଆ ଭାରତର ନିର୍ମାଣ ସଂକଳ୍ପ ନେବାକୁ ହେବ, ଆଇନର ସମ୍ମାନ କରିବା ସମସ୍ତଙ୍କର କର୍ତ୍ତବ୍ୟ । ସମସ୍ତେ ମିଳିମିଶି ଚାଲିଲେ ହିଁ ଲକ୍ଷ୍ୟ ପୂରଣ ହୋଇପାରିବ । ଶାନ୍ତି, ସଦ୍‌ଭାବ ଓ ସ୍ନେହ ଦେଶର ବିକାଶ ପାଇଁ ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ରାମ ଜନ୍ମଭୂମି ମାମଲା ନେଇ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ନ୍ୟାୟିକ ପ୍ରକ୍ରିୟାର ଅନ୍ତ ଘଟିଛି ।  ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ସବୁପକ୍ଷଙ୍କ ଯୁକ୍ତି ଶୁଣିଛନ୍ତି । ଦେଶବାସୀଙ୍କ ପାଇଁ ଖୁସିର ବିଷୟ ଯେ ଅଯୋଧ୍ୟା ନେଇ ସର୍ବସମ୍ମତ ରାୟ ପ୍ରକାଶ ପାଇଛି । ଅଯୋଧ୍ୟା ମାମଲାର ଫଇସଲା ପରେ ଦେଶବାସୀଙ୍କୁ ସମ୍ୱୋଧନ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ।

  ')}

Leave a Reply