ବୋଦାବଳୀ ଦେବାକୁ ଯାଇଥିଲେ, ନିଜେ ବଳି ପଡ଼ିଲେ

କଟକ: ମନ୍ଦିରରେ ମର୍ଡର । ଦେବତାଙ୍କୁ ପୂଜୁଥିବା ବ୍ୟକ୍ତି ଏବେ ପାଲଟିଛି ହତ୍ୟାକାରୀ ।  ମନ୍ଦିର ପୂଜକ ସାଜିଲେ ହତ୍ୟାକାରୀ ଓ ଏକ ଧାରୁଆ ଅସ୍ତ୍ରରେ ଅତି ବିଭିତ୍ସ ଭାବେ କଲେ ହତ୍ୟା । ସାମାନ୍ୟ କଥା କଟାକଟି ପରେ ପୂଜକ ରାଗିଯାଇ ଏମିତି କାଣ୍ଡ ଭିଆଇଥିବା ସୂଚନା ମିଳିଛି ।

କଟକ ଜିଲ୍ଲା ନରସିଂହପୁର ଥାନା ବନ୍ଧହୁଡା ଗାଁରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ଯେଉଁଥିରେ ଚାଲିଯାଇଛି ଜଣଙ୍କ ଜୀବନ । ମୃତକ ହେଉଛନ୍ତି ସରୋଜ ପ୍ରଧାନ। ବନ୍ଧହୁଡା ଗାଁ ନିକଟରେ ଥିବା ମା ବ୍ରାହ୍ମଣୀଦେଇ ମନ୍ଦିରରେ ମୃତ ସରୋଜ ବୋଦାବଳୀ ପାଇଁ ପୂଜକଙ୍କୁ କହିଥିଲେ । ଏହାକୁ ନେଇ କଥା କଟାକଟି ହେବା ପରେ ପୂଜକ ଏକ ଧାରୁଆ କଟୁରିରେ ସରୋଜଙ୍କ ବେକକୁ ହାଣି ଦେଇଥିବା କହିଛନ୍ତି । ହତ୍ୟାକାଣ୍ଡ ପରେ ନରସିଂହପୁର ଥାନାରେ ପୂଜକ ସଂସାରୀ ଓଝା ଆତ୍ମସମର୍ପଣ କରିଛନ୍ତି । ନରସିଂହପୁର ପୋଲିସ ଓ ଫରେନ୍‌ସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ସେପଟେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Leave a Reply