ଏପ୍ରିଲ ୧ରୁ ଔଷଧ ଦର ବଢିବ ୧୨ ପ୍ରତିଶତ

1 min read

ନୂଆଦିଲ୍ଲୀ: ଏଥର ଦେଶବାସୀଙ୍କ ଉପରେ ମେଡିସିନ ଦରର କୋରଡ଼ା ମାଡ଼ । ଆସନ୍ତା ଏପ୍ରିଲ ୧ରୁ ଔଷଧର ଦର ବଢିବ ୧୨ ପ୍ରତିଶତ । ପେନକିଲର, ଆଣ୍ଟିବାୟୋଟିକ୍ସ, ଆଣ୍ଟିଇନଫେକ୍ଟିଭ, କାର୍ଡିଆକ ମେଡିସିନର ଦର ବଢିବ ବୋଲି ସୂଚନା ମିଳିଛି ।ଗତବର୍ଷ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି ବା NPPA ପକ୍ଷରୁ ହୋଲସେଲ ପ୍ରାଇସ ଇଣ୍ଡେକ୍ସର ଦର ୧୦ ଦଶମିକ ୭ ପ୍ରତିଶତ ବୃଦ୍ଧି କରାଯାଇଥିଲା ।

ପ୍ରତିବର୍ଷ ଡ୍ରଗ୍ସ ପ୍ରାଇସ କଣ୍ଟ୍ରୋଲ ଅର୍ଡର ୨୦୧୩ ଅନୁସାରେ ଏନପିପିଆଇ ପକ୍ଷରୁ ହୋଲସେଲ ପ୍ରାଇସ ଇଣ୍ଡେକ୍ସରେ ପରିବର୍ତ୍ତନ କରାଯାଇଥାଏ । ଏନପିପିଏ ଦ୍ବାରା ନିୟନ୍ତ୍ରିତ କରାଯାଉଥିବା କେତେକ ସିଡ୍ୟୁଲଡ୍ ଔଷଧର ଦର ବୃଦ୍ଧି ହେଉଥିବାବେଳେ ନନସିଡ୍ୟୁଲଡ ଔଷଧର ଦର ବାର୍ଷକ ୧୦ ପ୍ରତିଶତ ବୃଦ୍ଧି ଲାଗି ବ୍ୟବସ୍ଥା ରହିଛି । ଦରବୃଦ୍ଧି କାରଣରୁ ପ୍ରାୟ ୮୦୦ ଜରୁରୀ ଔଷଧର ଦର ବଢିବ । ଦରବୃଦ୍ଧି ଯୋଗୁ ଦେଶର ପ୍ରତ୍ୟେକ ବର୍ଗର ଲୋକ ପ୍ରଭାବିତ ହେବାକୁ ଯାଉଛନ୍ତି ।