କାବୁଲର ଜଳରେ ରାମଙ୍କ ଜନ୍ମଭୂମି ହେଲା ପବିତ୍ର, ଯୋଗୀ କରାଇଲେ ଅଭିଷେକ, ଦୀପାବଳି ପାଇଁ ସଜେଇ ହେଉଛି ଅଯୋଧ୍ୟା

ନୂଆଦିଲ୍ଲୀ: କାବୁଲର ଜଳରେ ହେଲା ରାମଙ୍କ ଜନ୍ମଭୂମିର ଅଭିଷେକ। ଅଯୋଧ୍ୟାରେ ଯୋଗୀ ଆଦିତ୍ୟନାଥ ରବିବାର ଦିନ ଆଫଗାନିସ୍ତାନର କାବୁଲ ନଦୀରୁ ଆସିଥିବା ଜଳରେ ରାମଙ୍କ ଜନ୍ମଭୂମିକୁ ଅଭିଷେକ କରିଛନ୍ତି। ଏହି ଜଳକୁ ଆଫଗାନିସ୍ତାନର ଜଣେ ଝିଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଠାଇଥିଲେ। ତେବେ ଏହି ଜଳ ଦ୍ୱାରା ପ୍ରଭୁ ରାମଙ୍କ ଜନ୍ମସ୍ଥାନକୁ ପବିତ୍ର କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହାପରେ ଯେତେବେଳେ ମୋଦି ସେହି ଜଳ ଯୋଗୀଙ୍କୁ ଦେଇଥିଲେ ସେହି ସମୟରେ ମୋଦି ସେହି ଝିଅର ଇଚ୍ଛା ବିଷୟରେ ମଧ୍ୟ କହିଥିଲେ।

ଯୋଗୀ କହିଛନ୍ତି ଯେ ମୁଁ ସେହି ଝିଅ ଏବଂ ପରିବାରର ଭାବନାକୁ ସମ୍ମାନ ଦେଉଛି। ସେ ନିଜେ ଏହି ପାଣି ନେଇ ଅଯୋଧ୍ୟା ଯିବେ ବୋଲି କହିଥିଲେ। ଯଦି ଦେଖିବା ଆଫଗାନିସ୍ତାନରେ ଅଶାନ୍ତି ପରେ ମଧ୍ୟ ଲୋକମାନେ ନିଜ ସଂସ୍କୃତିକୁ ଭୁଲି ନାହାଁନ୍ତି। ରାମ ଜନ୍ମଭୂମିରେ ଗଙ୍ଗା ଜଳ ସହିତ କାବୁଲ ନଦୀର ଜଳକୁ ମଧ୍ୟ ଉତ୍ସର୍ଗ କରାଯିବ।

ଯୋଗୀ କହିଥିଲେ ଯେ ଯଦି କାବୁଲର ଜଣେ ଝିଅ ପାଣି ପଠାଛନ୍ତି, ତେବେ ଏହା ପ୍ରଶଂସନୀୟ। କଳ୍ପନା କରନ୍ତୁ କାବୁଲର ଅବସ୍ଥା କ’ଣ, ଏପରି ପରିସ୍ଥିତିରେ ମଧ୍ୟ କୌଣସି କଥାକୁ ଖାତିର ନକରି ଏହି ଜଳକୁ ପଠାଇଛି। ମୁଁ ତାଙ୍କ ପରିବାର ପାଇଁ ମଙ୍ଗଳ କାମନା କରୁଛି ବୋଲି କହିଥିଲେ ଯୋଗୀ।

ସେପଟେ ଆଗକୁ ଦୀପାବଳି ଥିବାରୁ ସେଜେଇ ହେଉଛି ଅଯୋଧ୍ୟା। ପୁରା ସହର ଲାଇଟ ଆଣ୍ଡ ସାଉଣ୍ଡରେ ସଜେଇ ହେବ। ଘାଟରୁ ଆରମ୍ଭ କରି ମନ୍ଦିର ଏବଂ ରାସ୍ତା ସବୁ ରଙ୍ଗ ବେରଙ୍ଗର ଆଲୋକ ଏବଂ ସାଉଣ୍ଡରେ ସେଜେଇ ହେଉଛି। ଯେଉଁଠାରେ ମନ୍ଦିର ପ୍ରସ୍ତୁତ ହେଉଛି ସେଠାରେ ୯ ଲକ୍ଷ ଦୀପ ଲଗାଯିବାର ପ୍ରସ୍ତୁତ କରାଯାଉଛି। ସେଠାକୁ ଯାଉଥିବା ରାସ୍ତାର ଉଭୟ ପାର୍ଶ୍ୱରେ ୩୦ ଟି ମୁଖ୍ୟ ଫାଟକ ନିର୍ମାଣ କରାଯାଉଛି।

Leave a Reply