ରାତି ପାହିଲେ ଉପ-ନିର୍ବାଚନ, ହଠାତ୍ ପ୍ରିଜାଇଡିଙ୍ଗ ଅଫିସରଙ୍କ ମୃତ୍ୟୁ

1 min read

ବ୍ରଜରାଜନଗର: ରାତି ପାହିଲେ ବ୍ରଜରାଜନଗର ଉପନିର୍ବାଚନ  । ପ୍ରସ୍ତୁତି ମଧ୍ୟରେ ଆସିଲା ଦୁଃଖଦ ଖବର । ଝାରସୁଗୁଡା ଲୁଇସିଂ ପଂଚାୟତ ଅନ୍ତର୍ଗତ ଫଲସାଢ଼ିପା ଗାଁର 169 ବୁଥର ନିର୍ବାଚନ ଦାୟିତ୍ୱରେ ଥିବା ପ୍ରିଜାଇଡିଙ୍ଗ ଅଫିସରଙ୍କ ମୃତ୍ୟୁ ହୋଇଛି । ମୃତ ପ୍ରିଜାଇଡିଙ୍ଗ ଅଫିସର ଜଣକ ଦିଲୀପ କୁମାର ଖଡିଆ ବୋଲି ଜଣାପଡିଛି । ଦିଲ୍ଲୀପଙ୍କର ଘର ଟାଙ୍ଗରପାଲି ହୋଇଥିବା ବେଳେ ତାଳପାଟିଆ ଠାରେ ସେ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ ।

ତେବେ ବୁଥରେ ସାଥି କର୍ମଚାରୀଙ୍କସହ ଥିବାବେଳେ ଆଜି ସନ୍ଧ୍ୟାରେ ଦିଲିପ ହଠାତ ଅଚେତ ହେବା ପରେ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନିଆ ଯାଇଥିଲା l ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ତେବେ ଦିଲୀପଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ ବୋଲି ଝାରସୁଗୁଡା ବିଡ଼ିଓ ପ୍ରସନ୍ନ ପାଣ୍ଡେ ସୂଚନା ଦେଇଛନ୍ତି l