ଜମ୍ମୁ-କଶ୍ମୀରରେ ଆଜିଠୁ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ ସମ୍ବିଧାନ: ଯୁବପିଢ଼ିଙ୍କ ପାଇଁ ଖୋଲିବ ରୋଜଗାରର ଦ୍ୱାର

1 min read

ଶ୍ରୀନଗର: ଜମ୍ମୁ- କଶ୍ମୀରର ରାଜ୍ୟ ମାନ୍ୟତା ଆଜି ଶେଷ ହେବାକୁ ଯାଉଛି । ଏବେ ଜମ୍ମୁ-କଶ୍ମୀର ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଏବଂ ଜମ୍ମୁ କାଶ୍ମୀର ଭାବେ ବାଣ୍ଟି ହୋଇଛି । ଗୁରୁବାର ସକାଳେ ଲଦାଖର ପ୍ରଥମ ଉପରାଜ୍ୟପାଳ ଆର.କେ ମାଥୁର ନିଜ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି । ଜମ୍ମୁ-କାଶ୍ମୀର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଜିସି ମୁର୍ମୁ ମଧ୍ୟ ଆଜି ଜମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ପଦ ପାଇଁ ଶପଥ ଗ୍ରହଣ କଲେ । ତାଙ୍କୁ ମଧ୍ୟ ଗୀତା ମିତ୍ତଲ ଶପଥ ଗ୍ରହଣ କରାଇଛନ୍ତି ।

ଏହା ସହିତ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଦିନ ବରିଷ୍ଠ ଆଇଏଏସ ଅଧିକାରୀ ଉମଙ୍ଗ ନରୁଲାଙ୍କୁ ନୂତନ ଉପରାଜ୍ୟପାଳଙ୍କ ପରାମର୍ଶଦାତା ରୂପେ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ସେ ଜମ୍ମୁ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପ୍ରଧାନ ସଚିବ ଥିଲେ ।

ପୁନର୍ଗଠନ ପରେ ଦଶନ୍ଧି ଦଶନ୍ଧି ଧରି ଜମ୍ମୁ-କାଶ୍ମୀରରେ ଭାରତର ନାଗରିକତା ପାଇଁ ଦାବି କରୁଥିବା ଲୋକଙ୍କୁ ନୂଆ ଜୀବନ ମିଳିବ । ପଶ୍ଚିମ ପାକିସ୍ତାନୀ ରିଫ୍ୟୁଜି, ବାଲ୍ମିକି ସମାଜ, ଗୋରଖ ଓ ଅନ୍ୟ ରାଜ୍ୟରେ ବିବାହ କରିଥିବା କାଶ୍ମୀର ଝିଅଙ୍କୁ ମଧ୍ୟ ଅନେକ ଅଧିକାର ମିଳିବ । ଏଠାରେ ପୂର୍ବରୁ ୩୫ଏ ଥିଲା । ଫଳରେ ଏଠାକାର ଯୁବତୀ ଅନ୍ୟ ରାଜ୍ୟରେ ବିବାହ କଲେ ସେମାନଙ୍କ ଜମ୍ମୁ-କାଶ୍ମୀର ନାଗରିକତ୍ୱ ସମାପ୍ତ ହେଉଥିଲା । ସେ ନିଜ ନାଗରିକତ୍ୱ ପ୍ରମାଣପତ୍ର ଦେଖାଇ ଏଠାରେ ସମ୍ପତ୍ତି କିଣାବିକା କରୁଥିଲା । ଏବେ ଏହି ସବୁ ନିୟମ ଶେଷ ହୋଇଛି । ଏହା ସହିତ ଏଠାକାର ଯୁବପିଢ଼ିଙ୍କୁ ମଧ୍ୟ ରୋଜଗାର ପାଇଁ ଅନେକ ସୁବିଧା ସୁଯୋଗ ମିଳିବ । ')}

Leave a Reply