‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ : ମହିଳା ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ । ନାରୀ ଶକ୍ତି ବନ୍ଦନ ଅଧିନିୟମରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ‘ମହିଳା ବିଲ୍’ । ମହିଳା ସଂରକ୍ଷଣ ଏବେ ଆଇନରେ ପରିଣତ ହେଲା । ବିଧାନସଭା ଓ ଲୋକସଭାରେ ଏବେ ୩୩ ପ୍ରତିଶତ ସଂରକ୍ଷଣ ରହିବ । ୨୦୨୪ ନିର୍ବାଚନରେ ଏହି ଆଇନ ଲାଗୁ ହେବ ନାହିଁ । ୨୦୧୮ରେ ଓଡ଼ିଶା ବିଧାନସଭାରେ ପାରିତ ହୋଇଥିଲା ପ୍ରସ୍ତାବ । ୨୨ ରାଜନୈତିକ ଦଳର ସହମତି ଆଣିଥିଲା ବିଜେଡି । ବିଜେଡି ୨୦୧୯ରେ ଦେଇଥିଲା ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ । ପୌର ଓ ପଞ୍ଚାୟତରେ ୫୦ ପ୍ରତିଶତରୁ ଅଧିକ ମହିଳା ନିର୍ବାଚିତ । ମହିଳା ସଂରକ୍ଷଣ ନେଇ ନବୀନ ଉଠାଇଥିଲେ ଦାବି । ଆଜି ନାରୀ ଶକ୍ତି ବନ୍ଦନ ଅଧିନିୟମରେ ରାଷ୍ଟ୍ରପତି ମୋହର ମାରିଛନ୍ତି । ଗତ କିଛି ଦିନ ତଳେ ରାଜ୍ୟସଭାରେ ପାରିତ ହୋଇଥିଲା ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ) ।

ଗୃହରେ ଉପସ୍ଥିତ ଥିବା ସମସ୍ତ ସାଂସଦ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ । ବିଲ୍ ସପକ୍ଷରେ ପଡ଼ିଥିଲା ୨୧୫ ଭୋଟ । ବିଲ୍ ବିରୋଧରେ ଗୋଟିଏ ବି ଭୋଟ ପଡ଼ିନଥିଲା । ସର୍ବସମ୍ମତି କ୍ରମେ ରାଜ୍ୟସଭାରେ ବିଲ୍ ପାରିତ ହୋଇଥିଲା । ରାଷ୍ଟ୍ରପତିଙ୍କ ଦସ୍ତଖତ ପାଇଁ ଯାଇଥିଲା । ଆଜି ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଆଇନରେ ପରିଣତ ହୋଇଛି ।