ଆଜି ଦିଲ୍ଲୀ ଯିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଆସନ୍ତାକାଲି ଭରିପାରନ୍ତି ନାମାଙ୍କନ

1 min read

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ନାମାଙ୍କନ ଦାଖଲ କରିପାରନ୍ତି ଦ୍ରୌପଦୀ । ଗତକାଲି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦ୍ରୌପଦୀଙ୍କୁ ସମର୍ଥନ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରୋମ୍ ଗସ୍ତରେ ଥିବା ନବୀନ ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବା ସହ ବିଧାନସଭାର ସବୁ ବିଧାୟକ ଓଡ଼ିଶା ମାଟିର ଝିଅଙ୍କୁ ସମର୍ଥନ ପାଇଁ ଅପିଲ କରିଛନ୍ତି । ଦ୍ରୌପଦୀ ମୁର୍ମୁ ଓଡିଶା ପାଇଁ ଗର୍ବ ଓ ଗୌରବ, ତେଣୁ ତାଙ୍କୁ ଦଳମତ ନିର୍ବିଶେଷରେ ରାଜ୍ୟର ସବୁ ବିଧାୟକ ଓ ସାଂସଦ ସମର୍ଥନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ସରକାର ସବୁ ବେଳେ ମହିଳା ସଶକ୍ତିକରଣ ଓ ଅନୁସୁଚିତ ଜାତି ଜନଜାତିର ବିକାଶକୁ ପ୍ରଧାନ୍ୟ ଦେଉଛନ୍ତି । ତେଣୁ ଏନଡିଏ ଓଡ଼ିଶାର ଜଣେ ଅନୁସୁଚିତ ଜନଜାତିର ମହିଳାଙ୍କୁ ଗଣତନ୍ତ୍ରର ସର୍ବୋଚ୍ଚ ସ୍ଥାନ ପାଇଁ ମନୋନିତ କରିଥିବାରୁ ଦ୍ରୌପଦୀଙ୍କୁ ସମସ୍ତେ ସମର୍ଥନ କରିବା ଉଚିତ୍ । ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ସ୍ୱାଗତ କରିଛନ୍ତି ବିଜେଡିର ସବୁ ସାଂସଦ, ବିଧାୟକ ଓ ନେତା ।