ପୁରୀ : ପିଣ୍ଡଦାନ କରିବେ ମହାମହିମ। ଶ୍ବେତଗଙ୍ଗାରେ ପରିତ୍ର ପୁଷ୍କରିଣୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ ଦେବେ ଶ୍ରାଦ୍ଧ । ଏଥିପାଇଁ ୩ ତାରିଖରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଲୋକ ଭବନରେ ରାତ୍ରୀ ଯାପନ ପରେ ୪ ତାରିଖ ସକାଳୁ ସକାଳୁ ଶ୍ବେତଗଙ୍ଗା ଯାଇ କରିବେ ପିଣ୍ଡଦାନ । ଏହାପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ନେବେ ଆଶିଷ । ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ପୁରୀ ହେଲିପ୍ୟାଡ, ଲୋକଭବନ, ଶ୍ୱେତଗଙ୍ଗା, ଶ୍ରୀମନ୍ଦିର ଓ ସହରରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ୩୦ ପ୍ଲାଟୁନ ଫୋର୍ସ ସହ ଆଣ୍ଟି ରହିବେ। ଶ୍ରୀମନ୍ଦିର ଚାରିପଟେ ଥିବା ସମସ୍ତ ହୋଟେଲ, ଲଜିଂ, ଜନଗହଳି ସ୍ଥାନ ସହ ସବୁଠି ଯାଞ୍ଚ କରାଯାଇଛି ।
ଶ୍ରୀମନ୍ଦିର ଗସ୍ତବେଳେ ରାଷ୍ଟ୍ରପତିଙ୍କୁ ଉପହାର ସ୍ବରୂପ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ, ମହାପ୍ରସାଦ ଉପହାର ପ୍ରଦାନ କରାଯିବ । ସେପଟେ ୩ ତାରିଖ ପୁରୀ ଲୋକ ଭବନରେ ରାଷ୍ଟ୍ରପତିଙ୍କୁ ରାତ୍ରୀ ଭୋଜନରେ ମହାପ୍ରସାଦ ଦିଆଯିବ । ମହାପ୍ରସାଦ ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ, ପିଠା, ମିଠା ଆଦି ପରସି ଦେବାକୁ କହିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ଦେବାୟତ । ଶ୍ୱେତଗଙ୍ଗା ପୁଷ୍କରିଣୀ ସଲଗ୍ନରେ ଗଢି ଉଠିଥିବା ବିଭିନ୍ନ ହୋମଷ୍ଟେ ଗୁଡିକରେ ୩ ତାରିଖ ଏବଂ ୪ ତାରିଖରେ କୌଣସି ପର୍ଯ୍ୟଟକଙ୍କ ରହଣି କିଭଳି ନହେବ ସେନେଇ ପର୍ଯ୍ୟଟନ ବିଭାଗ ସହ ଆଲୋଚନା କରିଛନ୍ତି ଏସପି ।
ମହାମହିମଙ୍କ ପାଇଁ ସୁରକ୍ଷା ବଳୟରେ ପୁରୀ ସହର..

