ଆମେରିକାର ସହାୟତାକୁ ପ୍ରତ୍ୟାଖାନ କଲେ ଜେଲେନସ୍କି, କହିଲେ- ମୋତେ ଅସ୍ତ୍ର ଦରକାର

1 min read

କିଭ୍: ଗତ ତିନିଦିନ ଧରି ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଋଷ ଉପରେ ସେନା ଅପରେସନ ନିର୍ଦ୍ଦେଶ ଦେବା ପରେ ଋଷ ସେନା ଜୋରଦାର ଆକ୍ରମଣ କରିଛି । ଋଷ ସେନା ୟୁକ୍ରେନ ରାଜଧାନୀ କିଭ୍ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ସାରିଲାଣି । ତେବେ ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଭଲୋଡିମାର ଜେଲେନସ୍କିଙ୍କୁ ଏକ ଅଫର ଦେଇଥିଲେ । ଆମେରିକା ଜେଲେନସ୍କିଙ୍କୁ କହିଥିଲେ କି ସେ ତାଙ୍କ ପରିବାର ସହ ଦେଶ ଛାଡି ଦିଅନ୍ତୁ । କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆମେରିକାର ଏହି ଅପରକୁ ପ୍ରତ୍ୟାଖାନ କରିଛନ୍ତି ।

ଜେଲେନସ୍କି କହିଛନ୍ତି କି ମୁଁ ଋଷ ବିରୋଧରେ ଦୃଢ଼ ଭାବରେ ଛିଡ଼ା ହୋଇଛି । ମୁଁ ୟୁକ୍ରେନ ଛାଡ଼ି କୁଆଡେ ଯିବି ନାହିଁ, ଆପଣ ଯଦି ମୋତେ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଆମକୁ ଅଧିକ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଦିଅନ୍ତୁ । ସୂଚନା ଅନୁସାରେ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କି ଦେଶ ଛାଡି ଚାଲି ଯାଇଛନ୍ତି ବୋଲି ଏକ ଖବର ସାମ୍ନାକୁ ଆସିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ରାଷ୍ଟ୍ରପତି ଏକ ଭିଡିଓ ପୋଷ୍ଟ କରି କହିଥିଲେ କି ସେ ଦେଶ ଛାଡି କୁଆଡେ ଯାଇନାହାନ୍ତି ଦେଶରେ ଅଛନ୍ତି ।

ଏହା ପୂର୍ବରୁ ଜେଲେନସ୍କି ଏକ ଭାବପୂର୍ଣ୍ଣ ଟ୍ୱିଟ କରି କହିଥିଲେ କି ସମସ୍ତେ ୟୁକ୍ରେନକୁ ଏକା ଛାଡ଼ି ଦେଇଛନ୍ତି । ଋଷ ଟାର୍ଗେଟରେ ସର୍ବପ୍ରଥମେ ମୁଁ ଆଉ ଦ୍ୱିତୀୟରେ ମୋ ପରିବାର ରହିଛି ବୋଲି ସେ କହିଥିଲେ ।

Leave a Reply