ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜନ୍ମସ୍ଥାନ ରାଇରଙ୍ଗପୁର ଠାରୁ ଆରମ୍ଭ କରି ବାଙ୍ଗିରିପୋଷି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ରହିଛି । ପୋଲିସ ବିଭାଗର ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚି ସ୍ଥିତି ଅନୁଧ୍ଯାନ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳ, ଏସପି, ବିଧାୟକ, ବିଧାୟିକାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ମୟୂରଭଞ୍ଜ ଜିଲ୍ଲାର କେତେକ ନୂତନ ରେଳ ପ୍ରକଳ୍ପର  ଶିଳାନ୍ୟାସ କରିଵେ ମହାମହିମ । ଦକ୍ଷିଣ ପୂର୍ବ ରେଳବାଇ ବିଭାଗର ଜେନେରାଲ ମ୍ୟାନେଜର ଅନୀଲ ମିଶ୍ରଙ୍କ ସମେତ ବହୁ ଅଧିକାରୀ ବାଙ୍ଗିରିପୋଷି ପହଞ୍ଚି ସ୍ଥାନୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।