ନୂଆ ଅଭିଷେକ ହଲକୁ ଉଦଘାଟନ କଲେ ମହାମହିମ

ଭୁବନେଶ୍ୱର: ରମାଦେବୀରୁ ଫେରିଲା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ଭବନର ନୂଆ ଅଭିଷେକ ହଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ପ୍ରଥମେ ମାଆ ରମାଦେବୀଙ୍କ ପ୍ରତି ସାଦର ସମ୍ମାନ ଜଣାଇ ଦୀକ୍ଷାନ୍ତ ଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି । ଏହି ଅବସରରେ ୪୦ବର୍ଷ ତଳେ ରମାଦେବୀରେ ପଢ଼ିବା ବେଳର ଦିନକୁ ମନେ ପକାଇ ଭାବବିହ୍ବଳ ହୋଇଥିଲେ ମହାମହିମ । ସେ କହିଥିଲେ, ରମାଦେବୀର ଛାତ୍ରୀ ଭାବେ ମୁଁ ଗର୍ବିତ । ଦୁର୍ଗମ ପଲ୍ଲୀରୁ ସୁଗମ ରାଜଧାନୀ ଆସିଥିଲି। ପଢିବା ବେଳେ ଆଦିବାସୀ ଛାତ୍ରୀ ନିବାସରେ ରହୁଥିଲି ବୋଲି କହିଥିଲେ ରାଷ୍ଟ୍ରପତି ।

୧୯୪୪ ମସିହା କନ୍ଧମାଳ ଜିଲ୍ଲା ଚାରିପଡ଼ା ଗ୍ରାମରେ ଜନ୍ମିତ ପୂର୍ଣ୍ଣମାସି ଜାନି ୧୦ବର୍ଷ ବୟସରେ ଜଣେ ବିଶିଷ୍ଟ କବି ଭାବେ ପରିଚୟ ସୃଷ୍ଟି କରିଥିଲେ । ସେ ୨୦୦୬ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୨୦୦୮ରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମାନରେ ସମ୍ମାନୀତ ହୋଇଥିଲେ । ୨୦୨୧ରେ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେହିପରି ପଦ୍ମଶ୍ରୀ ଡକ୍ଟର ଅରୁଣା ମହାନ୍ତିଙ୍କୁ ଡିଲିଟ ଉପାଧି ପ୍ରଦାନ କରାଯାଇଥିଲା ।