ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ମୁକେଶ ସିଂର ରାଜକ୍ଷମା ଖାରଜ, ଗୃହମନ୍ତ୍ରାଳୟକୁ ଅବଗତ କଲା ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ଝଟ୍‌କା । ମଉଳିଲା ଶେଷ ଆଶା । ଦୋଷୀଙ୍କ ଆବେଦନ ଖାରଜ କଲେ ରାଷ୍ଟ୍ରପତି । ଅଭିଯ଼ୁକ୍ତଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଛନ୍ତି । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଗୃହ ମନ୍ତ୍ର।ଳୟକୁ ଅବଗତ କରାଯାଇଛି । ଫାଶୀ ଦଣ୍ଡାଦେଶ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି । ଏହା ପୂର୍ବରୁ ଦୋଷୀ ମୁକେଶ କୁମାରଙ୍କ କ୍ଷମା ଆବେଦନକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।

ଗୁରୁବାର ଦିଲ୍ଲୀର ଉପ ରାଜ୍ୟପାଳ ମୁକେଶ ସିଂଙ୍କ କ୍ଷମା ଆବେଦନ ଗୃହମନ୍ତ୍ର।ଳୟକୁ ପଠାଇଥିଲେ । ତେବେ କ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ ପରେ ବି ଆଇନର ପେଞ୍ଚ କମିନି । 22 ଜାନୁଆରୀରେ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରିବ ନା ନାହିଁ ସେ ନେଇ ଆଜି ଶୁଣାଣି ହେବ । ଡେଥ ଓ୍ବାରେଣ୍ଟକୁ ନେଇ ଆଜି କୋର୍ଟ ନିଜ ରାୟ ଶୁଣାଇବେ ବୋଲି ଜଣାପଡ଼ିଛି ।

୨୦୧୨ରେ ଦିଲ୍ଲୀରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ୨୨ ଜାନୁଆରୀରେ ଫାଶୀ ଦେବାକୁ ଜାନୁଆରୀ ୭ରେ ଡେଥ୍ ଓ୍ବାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସକୋର୍ଟ ।

Leave a Reply