ସୈନିକ ଓ ବୈଜ୍ଞାନିକଙ୍କୁ ମନେ ପକାଇଲେ ରାଷ୍ଟ୍ରପତି, କହିଲେ ଦେଶର ଗର୍ବ

1 min read
President Ramnath Kovind Speech on the eve of the 72nd Republic Day

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୨ତମ ସାଧାରଣତନ୍ତ୍ର ଦିବସର ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ, କୃଷକ କଲ୍ୟାଣ ପାଇଁ ଆମେ ପ୍ରତିବଦ୍ଧ । ସେ କହିଛନ୍ତି ଯେ, ଆମ ରାଷ୍ଟ୍ରୀୟ ପର୍ବକୁ ସବୁ ଦେଶବାସୀ ରାଷ୍ଟ୍ରପ୍ରେମ ଭାବନା ସହିତ ପାଳନ କରନ୍ତି । ଗଣତନ୍ତ୍ର ଦିବସକୁ ମଧ୍ୟ ଆମେ ଉତ୍ସାହର ସହ ପାଳନ କରିଥାଉ । ଆମ ଜାତୀୟ ପତାକା ଓ ସମ୍ବିଧାନ ପ୍ରତି ସମ୍ମାନ ଓ ଆସ୍ଥା ବ୍ୟକ୍ତ କରିଥାଉ ।
ରାଷ୍ଟ୍ରପତି ନିଜ ଅଭିଭାଷଣରେ କରୋନା ବିରୋଧରେ ଭାରତୀୟ ବୈଜ୍ଞାନିକଙ୍କ ଯୁଦ୍ଧ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ଦିନରାତି ପରିଶ୍ରମରେ କରୋନା ଭାଇରସର ଡି-କୋଡ୍ କରିବା ସହ ଆମ ବୈଜ୍ଞାନିକ ଭ୍ୟାକ୍ସିନ୍ ବିକଶିତ କରି ମାନବତାର କଲ୍ୟାଣ ପାଇଁ ନୂଆ ଇତିହାସ ରଚିଛନ୍ତି । ଆମର ସମସ୍ତ କୃଷକ, ଯବାନ ଓ ବୈଜ୍ଞାନିକ ବିଶେଷ ଶୁଭେଛାର ପାତ୍ର ଓ କୃତଜ୍ଞ ରାଷ୍ଟ୍ର ସାଧାରଣତନ୍ତ୍ର ଦିବସରେ ଏହି ସମସ୍ତଙ୍କ ଅଭିନନ୍ଦନ କରୁଛି । ସେ ଆହୁରି ମଧ୍ୟ କହିଥିଲେ ଯେ- ୨୦୨୦ ଶିକ୍ଷାର ବର୍ଷ, ଯାହା ଆମକୁ ପ୍ରତିକୂଳ ପରିସ୍ଥିତିରୁ କେମିତି ବାହାରିବାକୁ ତାହା ଶିଖାଇଥିଲା ।

ସିୟାଚିନ୍ ଓ ଗଲବାନ ଘାଟିର ଉଲ୍ଲେଖ

ରାଷ୍ଟ୍ରପତି ନିଜ ଭାଷଣରେ ସିୟାଚିନ୍ ଓ ଗଲବାନ ଘାଟି କଥା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ବିଯୁକ୍ତ ୫୦ରୁ ୬୦ ଡିଗ୍ରୀ ତାପମାତ୍ରା ହେଉ କି ୫୦ ଡିଗ୍ରୀରୁ ଅଧିକ ଉତପ୍ତ ଅଞ୍ଚଳରେ ଆମ ସୈନିକ ମୁତୟନ ଅଛନ୍ତି । ଆମ ସୈନିକଙ୍କ ଦେଶପ୍ରେମ ଓ ବଳିଦାନ ସବୁ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ ।

ଗତ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି ସମ୍ବିଧାନିକ ଆଦର୍ଶ ଓ ମହାତ୍ମା ଗାନ୍ଧିଙ୍କ ଶିକ୍ଷାକୁ ଜୀବନରେ ପ୍ରୟୋଗ ପାଇଁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ, ଆମ ସମ୍ବିଧାନ ଆମକୁ ଏକ ସ୍ୱତନ୍ତ୍ର ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଅଧିକାର ଦେଇଛି କିନ୍ତୁ ଆମକୁ ମଧ୍ୟ ଗଣତନ୍ତ୍ରର ମୁଖ୍ୟ ସିଦ୍ଧାନ୍ତ-ନ୍ୟାୟ, ସ୍ୱାଧିନତା, ସମାନତା ଓ ଭାତ୍ରୁଭାବ ପାଳନ କରିବାର ଦାୟିତ୍ୱ ଦେଇଛି । ଏହି ସାମ୍ୱିଧାନିକ ଆଦର୍ଶର ପାଳନ କରିବା ଆମ ପାଇଁ ସେତେବେଳେ ସହଜ ହୋଇଯାଏ ଯେତେବେଳେ ଆମେ ଜୀବନ ଓ ମୂଲ୍ୟକୁ ଧ୍ୟାନରେ ରଖୁ ।

Leave a Reply