ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି

ପୁରୀ: ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ୯ଘଣ୍ଟା ୪୫ ମିନିଟ ସମୟରେ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ରାଷ୍ଟ୍ରପତି ବର୍ତ୍ତମାନ ପୁରୀରେ ପହଞ୍ଚିସାରିଛନ୍ତି । ପୁରୀରେ ଗଜପତି ମାହାରାଜ ଦିବ୍ୟ ସିଂହ ଦେବ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ସହ ତାଙ୍କୁ ସ୍ୱାଗତ କରିଛନ୍ତି ।

 ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ସୁରକ୍ଷା ବ୍ୟବସ୍ଥା  ଯାଞ୍ଚ କରିଛନ୍ତି ଅତିରିକ୍ତ ଡିଜି ଯଶୱନ୍ତ ଜେଠୱା । କାର୍‌କେଡ୍ ମକ୍‌ଡ୍ରିଲ ସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ରାଷ୍ଟ୍ରପତି ଶ୍ରୀମନ୍ଦିରରେ ଥିବା ଯାଏଁ ସେବାୟତମାନେ ଉପସ୍ଥିତ ରହିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୪୦ ପ୍ଲାଟୁନ ଫୋର୍ସ ସମେତ ୨୫୦ ପୋଲିସ ଅଧିକାରୀ, ୧୩ ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହେବେ । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବଡ଼ଦାଣ୍ଡର ମେଡିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱର ସମସ୍ତ ଦୋକାନ ଓ ଉଠା ଦୋକାନ ବନ୍ଦ ରହିବ  ।

 

Leave a Reply