ସେନା ଦିବସରେ ଯବାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
2 min readନୂଆଦିଲ୍ଲୀ: ସେନା ଦିବସରେ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶର ସେବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସାହସୀ ଯବାନଙ୍କୁ ଦେଶ ସର୍ବଦା ମନେ ରଖିବ । ସାହସୀ ଏବଂ ଦେଶର ବୀର ସୈନିକଙ୍କ ପ୍ରତି ଦେଶବାସୀ ସର୍ବଦା କୃତଜ୍ଞ ରହିବେ ବୋଲି ଯବାନଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି କହିଛନ୍ତି ।
On Army Day, greetings to the valiant men and women of the Indian Army.
We remember the bravehearts who made the supreme sacrifice in service to the nation.
India will remain forever grateful to courageous and committed soldiers, veterans and their families.
Jai Hind!??
— President of India (@rashtrapatibhvn) January 15, 2021
ସେହିପରି ଯବାନ ଓ ତାଙ୍କ ପରିବାରକୁ ସେନା ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମ ଯବାନମାନେ ଦେଶକୁ ସବୁବେଳେ ଗର୍ବିତ କରିଛନ୍ତି ବୋଲି ଟୁଇଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସେହିଭଳି ସିଡିଏସ ବିପିନ୍ ରାଓ୍ୱତ ମଧ୍ୟ ଯବାନଙ୍କୁ ସେନା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଦେଶ ପ୍ରତି ଯବାନଙ୍କ ବୀରତ୍ୱ ଏବଂ କର୍ତ୍ତବ୍ୟର ବଳିଦାନ ଆମକୁ ନୂତନ ଶକ୍ତି ସହିତ ନିଜକୁ ପୁନଃ ନିର୍ମାଣ କରିବାକୁ ପ୍ରେରଣା ଦିଏ ବୋଲି ରାଓ୍ୱତ ଟୁଇଟ୍ କରି କହିଛନ୍ତି ।
PM Narendra Modi wishes soldiers and their family members on the occasion of Army Day. "Our Army is strong, courageous and determined and has always made the country proud. I salute the Indian Army on behalf of all the countrymen," he tweets. pic.twitter.com/cboWcZCEEZ
— ANI (@ANI) January 15, 2021
We pay homage & express our gratitude to those brave soldiers, whose valour & supreme sacrifice in line of duty inspires us to rededicate ourselves with renewed vigour: Chief of Defence Staff General Bipin Rawat's message on #ArmyDay pic.twitter.com/px7qRG4WpJ
— ANI (@ANI) January 15, 2021
ସେପଟେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତ ସବୁବେଳେ ଶାନ୍ତି ଚାହେଁ । ସାରା ବିଶ୍ୱକୁ ଭାରତ ନିଜର ପରିବାର ଭାବି ସମ୍ମାନ କରେ । ତେବେ ଯେଉଁ ମହାଶକ୍ତି ବି ହେଉନା କାହିଁକି ଯଦି ସେ ଭାରତର ଆତ୍ମ ସମ୍ମାନ ଉପରେ ଆଞ୍ଚ ଆଣେ, ତାକୁ ଉଚିତ୍ ଯବାବ ମିଳିବ । ଶତ୍ରୁ ରାଷ୍ଟ୍ରକୁ ଏଭଳି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ସୀମାରେ ପଡୋଶୀ ଦେଶ ସହ ସ୍ଥିତି ବିଗୁଡୁଥିବା ବେଳେ ରାଜନାଥଙ୍କ ଏଭଳି ବୟାନ ଅନେକ ଗୁରୁତ୍ୱ ବହନ କରୁଛି । ଭାରତ କୌଣସି ରାଷ୍ଟ୍ର ସହ ଶତ୍ରୁତା ଚାହେଁ ନାହିଁ । ଆମେ ସବୁବେଳେ ଶାନ୍ତି ଓ ମିତ୍ରତା ଉପରେ ବିଶ୍ୱସ କରୁ କାରଣ ଏହା ଆମର ପରମ୍ପରା ଅଟେ । ଆମର ବୀର ଯବାନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ସବୁ ସମୟରେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଦେଶର ଯବାନ ପ୍ରସ୍ତୁତ ବୋଲି କହିଛନ୍ତି ରାଜନାଥ ।
ସେପଟେ ବାୟୁସେନାର ଶକ୍ତି ବଢାଇବା ପାଇଁ ନିଷ୍ପତ୍ତି ନେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ୮୩ଟି ତେଜସ୍ ଲଢୁଆ ବିମାନ କିଣିବା ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଦ୍ୱାରା ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ହେବ ଦେଶର ବାୟୁସେନା ବୋଲି କହିଛନ୍ତି ରାଜନାଥ ।